Masthead

‘ନିର୍ବାଚନକୁ ଦୃଷ୍ଟିରେ ରଖି ଆମେ କୌଣସି କାର୍ଯ୍ୟ କରୁନାହୁଁ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାମମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ଜୋର ଧରିଛି ରାଜନୀତି । ପ୍ରାଣ ପ୍ରତିଷ୍ଠା କର୍ଯ୍ୟକ୍ରମରେ ଯୋଗ ଦେବ ନାହିଁ କଂଗ୍ରେସ । ନିମନ୍ତ୍ରଣ ପତ୍ରକୁ ପ୍ରତ୍ୟାଖ୍ୟାନ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ, ଏମ୍‌ପି ସୋନିଆ ଗାନ୍ଧୀ ଏବଂ ଅଧୀର ରଞ୍ଜନ ଚୌଧୁରୀ । ଯାହାକୁ ନେଇ ଟାର୍ଗେଟ କରିଛି ବିଜେପି । ବିଜେପି ନେତା ଅନୀଲ ଆଣ୍ଟୋନି କହିଛନ୍ତି, ବିନାଶକାଳେ ବିପରୀତ ବୁଦ୍ଧି । କଂଗ୍ରେସ ଏବେ ଭାରତର ରାଜନୈତିକ, ସାମାଜିକ, ସାଂସ୍କୃତିକ ତଥା ଅର୍ଥନୈତିକ ବାସ୍ତବତା ତଥା ଭାବନାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛି।

ଆଜିକାଲି କଂଗ୍ରେସ ନେଇଥିବା ପ୍ରତ୍ୟେକ ନିଷ୍ପତ୍ତି କିଛି ବାମପନ୍ଥୀ ଗ୍ରହଣ କରୁଛନ୍ତି। ଏହା ହେଉଛି ଉଗ୍ରବାଦୀମାନଙ୍କୁ ପ୍ରୋତ୍ସାହିତ କରିବା। ସେହିପରି ବିଜେପି ଏମ୍‌ପି ମନୋଜ ତିୱାରୀ କହିଛନ୍ତି, ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହେଁ ଯେ ଯେଉଁମାନେ ରାମଙ୍କୁ ବିଶ୍ୱାସ କରୁନାହାଁନ୍ତି ସେମାନେ କୌଣସି ବାହାନା କରିପାରିବେ। ଏହା ଟ୍ରଷ୍ଟର ଏକ କାର୍ଯ୍ୟକ୍ରମ। ରାମ ମନ୍ଦିର ଉଦ୍‌ଘାଟନ ପାଇଁ ଟ୍ରଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ମୋଦିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଆମେ କୌଣସି କାର୍ଯ୍ୟ କରୁନାହୁଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍