Masthead

ସିନ୍ଦେ ଦଳ ପ୍ରକୃତ ଶିବସେନା: ରାହୁଲ ନରୱେକର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ର ବାଚସ୍ପତି ବୁଧବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ମାମଲାର ଶୁଣାଣି କରିଛନ୍ତି। ଦେଢ଼ବର୍ଷ ପୂର୍ବେ ୨୦ ଜୁନ୍ ୨୦୨୨ରେ ଏକନାଥ ଏବଂ ତାଙ୍କ ଗୋଷ୍ଠୀର ୩୯ ବିଧାୟକ ଶିବସେନାରେ ବିଦ୍ରୋହ ସୃଷ୍ଟି କରିଥିଲେ ଏବଂ ବିଜେପି ସହିତ ମିଶି ସରକାର ଗଠନ କରିଥିଲେ। ଏହାପରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦେବେନ୍ଦ୍ର ଫଡନାଭିସ୍ ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ। ବିରୋଧୀ ଦଳ ଆଇନ ଅନୁଯାୟୀ ବାଚସ୍ପତିଙ୍କୁ ପ୍ରଥମେ ନୋଟିସ୍ ଦେଇଥିଲେ। ଏହା ପରେ ସୁପ୍ରିମକୋର୍ଟରେ ପହଞ୍ଚି ଉଭୟ ଗୋଷ୍ଠୀ ପରସ୍ପରର ବିଧାୟକଙ୍କ ଅଯୋଗ୍ୟତା ଦାବିରେ ଆବେଦନ କରିଥିଲେ।

ଶୁଣାଣି କରିବା ସମୟରେ ବାଚସ୍ପତି ରାହୁଲ ନରୱେକର କହିଛନ୍ତି ଯେ ସଂଶୋଧିତ ୨୦୧୮ ସମ୍ବିଧାନ ନିର୍ବାଚନ ଆୟୋଗଙ୍କ ନିକଟରେ ରଖାଯାଇ ନ ଥିବାରୁ ଶିବସେନାର ୧୯୯୯ ସମ୍ବିଧାନକୁ ବିଚାରକୁ ନିଆଯିବା ଆବଶ୍ୟକ। ୧୯୯୯ ମସିହାରେ ଶିବସେନାର ସମ୍ବିଧାନ ପାର୍ଟି ମୁଖ୍ୟଙ୍କ ହାତରୁ କ୍ଷମତାର କେନ୍ଦ୍ରୀକରଣକୁ ହଟାଇ ଦେଇଥିଲା। ତେବେ, ୨୦୧୮ ରେ ସଂଶୋଧିତ ସମ୍ବିଧାନ କ୍ଷମତାକୁ ଦଳର ମୁଖିଆଙ୍କ ହାତକୁ ଫେରାଇ ଆଣିଛି। ଏହାକୁ ଭିତ୍ତି କରି ବାଚସ୍ପତି କହିଛନ୍ତି ଯେ ଶିବସେନା ପ୍ରମୂଖ (ସଭାପତି) ହୋଇ ଉଦ୍ଧବ ଠାକରେ ବିଧାନସଭା ଦଳର ନେତା ଭାବରେ ଏକନାଥ ସିନ୍ଦେଙ୍କୁ ହଟାଇବା କ୍ଷମତା ନାହିଁ। ଦଳର ପାରମ୍ପରିକ ଧନୁ ତୀର ଚିହ୍ନ ମଧ୍ୟ ସିନ୍ଦେଙ୍କ ପାଖରେ ରହିଛି।

ଇସିଆଇ ସିନ୍ଦେ ଗୋଷ୍ଠୀଙ୍କୁ ମାନ୍ୟତା ଦେଇଥିବାରୁ ବାଚସ୍ପତି ମଧ୍ୟ ସେହି ଆଧାରରେ ନିଷ୍ପତ୍ତି ନେଇଛନ୍ତି। ବାଚସ୍ପତି ସିନ୍ଦେ ଗୋଷ୍ଠୀ ଦେଇଥିବା ଶିବସେନାର ଦଳୀୟ ସମ୍ବିଧାନ ୧୯୯୯କୁ ଗ୍ରହଣ କରିଛନ୍ତି। ସେହିପରି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ୨୦୧୮ରେ ଶିବସେନା ପ୍ରସ୍ତୁତ କରିଥିବା ସମ୍ବିଧାନ କଥା କହିଥିଲେ ହେଁ ଏହାକୁ ବାଚସ୍ପତି ଗ୍ରହଣ କରି ନାହାନ୍ତି। ଶିବସେନା ଦୁଇ ଫାଳ ହୋଇଥିବା ୨୦୨୨ ଜୁନ ୨୧ରେ ଜଣାପଡ଼ିଥିଲା। ଏକଥା ୨୨ ତାରିଖରେ ବିଧାନସଭା ରେକର୍ଡକୁ ଆସିଥିଲା। ରାହୁଲ ନରୱେକର କହିଛନ୍ତି, ଶିବସେନାର ୧୯୯୯ ମସିହା ସମ୍ବିଧାନ ଇସିଆଇଙ୍କ ପାଖରେ ବହୁ ଆଗରେ ଦାଖଲ କରାଯାଇଛି। ଏପରି କି ଦାଖଲ ସମୟରେ ପ୍ରତିପକ୍ଷ ଗୋଷ୍ଠୀଙ୍କ ଜନ୍ମ ମଧ୍ୟ ହୋଇ ନଥିଲା।

ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଶିବସେନାର ପ୍ରମୁଖ କୌଣସି ନେତାଙ୍କୁ ଦଳରୁ ବିଦା କରିବାର କ୍ଷମତା ରଖି ନାହାନ୍ତି। ତେଣୁ ଏକନାଥ ସିନ୍ଦେଙ୍କୁ ଶିବସେନାର ବିଧାୟକ ଦଳ ନେତା ପଦରୁ ବିଦା କରିବାର ଅଧିକାର ଉଦ୍ଧବ ଠାକରେଙ୍କ ପାଖରେ ନାହିଁ। ବିଦ୍ରୋହ ପରେ ଶିବସେନା ଦୁଇ ଫାଳ ହୋଇ ଯାଇଥିଲା। ଉଭୟ ଗୋଷ୍ଠୀ ନିଜକୁ ବାଲାସାହେବ ଠାକରେଙ୍କ ଉତ୍ତରାଧିକାରୀ ଭାବେ ବିବେଚନା କରି ଶିବସେନା ଉପରେ ନିଜର ହକ ଜାହିର କରିଥିଲେ। ଏଥିପାଇଁ ଦୁଇ ଗୋଷ୍ଠୀ ପରସ୍ପର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଆବେଦନ କରାଯାଇଛି। ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହେବା ପରେ ସିନ୍ଦେ ଓ ତାଙ୍କ ସହ ଥିବା ଶିବସେନାର ବିଧାୟକମାନେ ବିଜେପି ସହ ହାତ ମିଳାଇ ସରକାର ଗଠନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି