Masthead

ଆଜି ରାହୁଲଙ୍କ ବିଜୟଧାରାକୁ ରୋକିପାରିବେ କି ୱାର୍ଣ୍ଣର

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଇପିଏଲର ତ୍ରୟୋଦଶ ସିଜନର ୪୩ତମ ମ୍ୟାଚରେ ମୁହାଁମୁହିଁ ହେବେ କିଙ୍ଗସ ଏକାଦଶ ପଞ୍ଜାବ ଓ ସନ ରାଇଜର୍ସ ହାଇଦ୍ରାବାଦ । କେ.ଏଲ.ରାହୁଲଙ୍କୁ ଟକ୍କର ଦେବେ ଡେଭିଡ୍ ୱାର୍ଣ୍ଣର । ଆଜି ଉଭୟ ଦଳ ସେମାନଙ୍କ ଏକାଦଶ ମ୍ୟାଚ ଦୁବାଇରେ ଖେଳିବେ । ପଞ୍ଜାବ ୧୦ଟି ମ୍ୟାଚ ଖେଳି ୪ଟି ବିଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଥିବା ବେଳେ ହାଇଦ୍ରାବାଦ ୧୦ଟି ମ୍ୟାଚରୁ ୪ଟି ବିଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ପ୍ଲେ ଅଫକୁ ଯିବାକୁ ହେଲେ ଦୁଇ ଦଳକୁ ଆଜିର ମ୍ୟାଚ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଆଇପିଏଲ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିବା ପଞ୍ଜାବ ଗତ ୩ମ୍ୟାଚ ରୁ ୩ଟି ବିଜୟ ସହ ପ୍ଲେ ଅଫ ଦୌଡ଼ରେ ରହିଛି । ସେହିପରି ଭାବରେ ହାଇଦ୍ରାବାଦ ହ୍ୟାଟ୍ରିକ ପରାଜୟ ପରେ ଗତ ମ୍ୟାଚରେ ଦମଦାର ବିଜୟ ସହ ପୁଣି ଥରେ ବିଜୟ ଧାରାକୁ ଫେରିଛି ।
ଆଇପିଏଲ ଇତିହାସରେ ଉଭୟ ଦଳ ୧୫ଥର ସାମ୍ନାସାମ୍ନି ହୋଇଛନ୍ତି । ହାଇଦ୍ରାବାଦ ୧୧ଟି ମୁକାବିଲା ଜିତିଥିବା ବେଳେ ପଞ୍ଜାବ ମାତ୍ର ୪ଟି ମ୍ୟାଚ ଜିତିଛି । ଚଳିତ ସିଜନ ଖେଳାଯାଇଥିବା ମୁକାବିଲାରେ ହାଇଦ୍ରାବାଦ ପଞ୍ଜାବକୁ ୬୯ରନରେ ପରାସ୍ତ କରିଥିଲା । ଆଜିର ମ୍ୟାଚକୁ ଜିତି ଗତ ପରାଜୟର ପ୍ରତିଶୋଧ ନେବା ସହ ପ୍ଲେ ଅଫକୁ ଯିବା ପାଇଁ ଚେଷ୍ଟା କରିବ ପଞ୍ଜାବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା