Masthead

୮ ଦିନ ବିତିଗଲାଣି, ତଥାପି ସରୁନି ଏନକାଉଣ୍ଟର

ଶ୍ରୀନଗର(ବଡ଼ ଖବର ବ୍ୟୁରୋ) :   ଜମ୍ମୁ କଶ୍ମରୀର ପୁଞ୍ଚ ସ୍ଥିତ ଜଙ୍ଗଲରେ ଏବେବି ଉଭୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରକୁ ୮ ଦିନ ବିତିଗଲାଣି । ହେଲେ ଗୁଳି ବନିମୟ ଥମିବାର ନାଁ ଧରୁନି । ଏହି ଏନକାଉଣ୍ଟରରେ ଦୁଇ ଜଣ ଜେସିଓଙ୍କ ସମେତ ୯ ଜଣ ଯବାନ ସହିଦ ମଧ୍ୟ ହୋଇଥିଲେ । ହେଲେ କେତେ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି, ତାର କୌଣସି ପତ୍ତା ମିଳିନି ।

କୋଣସି ଗୋଟିଏ ସ୍ଥାନରେ ଏତେ ଦିନ ଧରି ଏନକାଉଣ୍ଟର ଚାଲିବା ଜମ୍ମୁ କଶ୍ମୀର ପାଇଁ ଏହା ପ୍ରଥମ ଘଟଣା । ଅକ୍ଟୋବର ୧୦ରୁ ଘଞ୍ଚ ଜଙ୍ଗଲର ୮ରୁ ୯ କିମି ଅଞ୍ଚଳ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଆତଙ୍କବାଦୀମାନେ ଗୁଳି ମାଡ କରିବା ବନ୍ଦ କରି ନାହାନ୍ତି । ପ୍ରଥମେ ୧୦ ଅକ୍ଟୋବର ରାତିରେ ପୁଞ୍ଚର ଡେରା ୱାଲି ଗଲିରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ତେବେ ଏହି ଅଞ୍ଚଳଟି ଏଲଓସିକୁ ଲାଗି ରହିଛି ।

ଆତଙ୍କବାଦୀ ମାନଙ୍କୁ କଡା ଜବାବ ଦେବା ପାଇଁ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଚଳାଇଥିଲେ । ଏହି ଏନକାଉଣ୍ଟରରେ ପୁଣି ଦୁଇ ଯବାନ ସହିଦ ହୋଇଥିଲେ । ଦୀର୍ଘ ୪୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଭୟ ଯବାନଙ୍କ ମୃତଦେହ ସୁରକ୍ଷାକର୍ମୀମାନେ ଖୋଜି ପାଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ପୁଞ୍ଚ ଜଙ୍ଗଲରେ ଆଠ ଦିନ ଧରି ଭାରତୀୟ ସେନାର ଶହ ଶହ ଯବାନଙ୍କ ସହ ଲଢେଇ କରୁଥିବା ଆତଙ୍କବାଦୀମାନେ ପାଖରେ ବିପୁଳ ଅସ୍ତ୍ରଶସ୍ତ୍ର ରଖିଛନ୍ତି ।

ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ଦୁଇରୁ ୩ ଦିନ ମଧ୍ୟରେ  ନିହତ ହୋଇଯାଅନ୍ତି । କିନ୍ତୁ ପ୍ରଥମଥର ପାଇଁ ୮ ଦିନ ହେଲା ସେମାନେ ଗୁଳି ବିନିମୟ ଜାରି ରଖିଛନ୍ତି । ସୂତ୍ରରୁ ଜଣାପଡିଛି ଯେ, ପୁଞ୍ଚ ଜଙ୍ଗଲରେ ଥିବା ଆତଙ୍କବାଦୀ ମାନଙ୍କ ମଧ୍ୟରେ କିଛି ପାକିସ୍ତାନ କମାଣ୍ଡୋ ମଧ୍ୟ ରହିଥିବା କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ