Masthead

ଗୁଜରାଟ, ତାମିଲନାଡ଼ୁ ଭଳି ରାଜ୍ୟକୁ ପଛରେ ପକାଇ ସ୍ବଚ୍ଛତାରେ ଓଡ଼ିଶା ଚତୁର୍ଥ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସ୍ବଚ୍ଛ ସର୍ବେକ୍ଷଣ-୨୦୨୩ର ଫଳାଫଳ ଗୁରୁବାର ଘୋଷଣା କରାଯାଇଛି। ଚଳିତବର୍ଷ ପ୍ରଥମ ଥର ଲାଗି ୨ଟି ରାଜ୍ୟକୁ ପ୍ରଥମ ପୁରସ୍କାର ମିଳିଥିବାବେଳେ ଉଭୟ ୯୩୪୮.୩୯ ସ୍କୋର ପାଇଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋର ସହର ଲଗାତାର ସପ୍ତମ ଥର ପାଇଁ ବାଜିମାତ୍‌ କରିଥିବାବେଳେ ଗୁଜରାଟର ସୁରଟ ପ୍ରଥମ ଥର ଲାଗି ଏହି ପୁରସ୍କାର ହାସଲ କରିଛି। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ସ୍ବଚ୍ଛ ସର୍ବେକ୍ଷଣ-୨୦୨୩ରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି। ଦେଶର ସ୍ବଚ୍ଛ ସହର ତାଲିକାରେ ଓଡ଼ିଶା ଚତୁର୍ଥ ସ୍ଥାନ ହାସଲ କରିଛି।

ପ୍ରଥମ ସ୍ଥାନରେ ମହାରାଷ୍ଟ୍ର ଥିବାବେଳେ ୩୭୨୧.୫୫ ସ୍କୋର ମିଳିଛି। ଦ୍ୱିତୀୟରେ ମଧ୍ୟପ୍ରଦେଶକୁ ୩୬୫୭.୯୨, ତୃତୀୟ ସ୍ଥାନରେ ଥିବା ଛତିଶଗଡ଼କୁ ୩୪୨୫.୪୧ ଏବଂ ଚତୁର୍ଥ ସ୍ଥାନରେ ଥିବା ଓଡ଼ିଶାକୁ ୩୧୩୧.୩୮ ସ୍କୋର ମିଳିଛି । ସେହିପରି ଚଳିତବର୍ଷ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମଧ୍ୟ ଭଲ ପ୍ରଦର୍ଶନ କରିଛି। ଗତଥର ଭୁବନେଶ୍ୱରକୁ ସର୍ବଭାରତୀୟ ସ୍ତରରେ ୮୦ତମ ର଼୍ୟାଙ୍କ୍‌ ମିଳିଥିବାବେଳେ ଏଥର ୩୪ତମ ର଼୍ୟାଙ୍କ୍‌ ମିଳିଛି। ଏଥିସହ ଓ୍ବାଟର ପ୍ଲସ୍‌ ଏବଂ ଗାର୍‌ବେଜ୍‌ ଫ୍ରି ବା ଆବର୍ଜନାମୁକ୍ତ ସହର ଭାବେ ଥ୍ରୀ ଷ୍ଟାର ରେଟିଂ ମିଳିବା ସହ ରାଜ୍ୟରେ ପ୍ରଥମ ସହର ଭାବେ ସ୍ଥାନ ଅଧିକାର କରିଛି। ଏଥିପାଇଁ ଭୁବନେଶ୍ୱରକୁ ‘କ୍ଲିନ୍‌ ସିଟି ଇନ୍‌ ଓଡ଼ିଶା’ ପୁରସ୍କାର ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ