Masthead

ମାର୍ଚ୍ଚ ୧୫ ସୁଦ୍ଧା ସେନା ହଟାଅ: ମାଳଦ୍ଵୀପ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ-ମାଳଦ୍ୱୀପ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ଭିତରେ ଏକ ବଡ଼ ବୟାନ ଦେଇଛି ମାଳଦ୍ୱୀପ । ଭାରତ ପକ୍ଷରୁ ମାଳଦ୍ୱୀପରେ ନିୟୋଜିତ ସମସ୍ତ ସାମରିକ ସେନାଙ୍କୁ ପ୍ରତ୍ୟାହାର କରିବାକୁ କହିଛି ମାଳଦ୍ୱୀପ । ମାର୍ଚ୍ଚ ୧୫ ସୁଦ୍ଧା ସେନା ହଟାଇବାକୁ କହିଛି । ଏହାର ଜବାବ ଦେଇଛି ଭାରତ । ଭାରତ ସରକାର କହିଛନ୍ତି, ଉଭୟ ପକ୍ଷ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ମୁଇଜୁଙ୍କ ସରକାର ଏହି ଦାବି ଏଭଳି ସମୟରେ କରିଛି ଯେତେବେଳେ ଏହି ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ଗଠନ କରିଥିବା ଏକ ଉଚ୍ଚ ସ୍ତରୀୟ କୋର କମିଟିର ବୈଠକ ମାଲେରେ ଅନୁଷ୍ଠିତ ହୋଇଛି।

ରାଷ୍ଟ୍ରପତି ମୁଇଜୁଙ୍କ ସଚିବ ଅବଦୁଲ୍ଲା ନାଜିମ ଇବ୍ରାହିମ ମାଲେରେ ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମାର୍ଚ୍ଚ ମଧ୍ୟଭାଗରେ ସୈନ୍ୟ ପ୍ରତ୍ୟାହାର କରିବାକୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ମୁଇଜୁ ଏହି ସଭାରେ ଯୋଗ ଦେଇଥିବା ମାଲଦ୍ୱୀପ ପ୍ରତିନିଧୀଙ୍କୁ କହିଛନ୍ତି। ମାଳଦ୍ଵୀପରୁ ଭାରତୀୟ ସୈନ୍ୟ ପ୍ରତ୍ୟାହାରକୁ ନେଇ ଏହା ହେଉଛି ଦ୍ୱାଦଶ ବୈଠକ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଚାଲିଛି। ଭାରତୀୟ ସୈନିକମାନେ ମାଳଦ୍ଵୀପରେ ରହିପାରିବେ ନାହିଁ। ଏହା ହେଉଛି ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବଂ ତାଙ୍କ ପ୍ରଶାସନର ନୀତି ଅଟେ।

ଏହି ପରିପ୍ରେକ୍ଷୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ମାଲଦ୍ୱୀପବାସୀଙ୍କୁ ମାନବିକ ତଥା ଚିକିତ୍ସା ସେବା ଯୋଗାଉଥିବା ଭାରତୀୟ ବିମାନ ଚଳାଚଳ ପ୍ଲାଟଫର୍ମର ନିରନ୍ତର କାର୍ୟ୍ୟ ପାଇଁ ସମାଧାନ ଖୋଜିବା ପାଇଁ ଉଭୟ ପକ୍ଷ ଆଲୋଚନା କରିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଦୁଇଟି ହେଲିକପ୍ଟର ଏବଂ ଗୋଟିଏ ବିମାନ ଚଳାଇବା ପାଇଁ ମାଲଦ୍ୱୀପରେ ପ୍ରାୟ ୭୭ ଭାରତୀୟ ସାମରିକ କର୍ମଚାରୀ ଉପସ୍ଥିତ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ