ମୋବାଇଲରେ ଗପିବା କି ନିଶା, ବାପା ମାଆଙ୍କୁ ହାଣିଲା ଝିଅ

ସୋର (ବଡ଼ ଖବର ବ୍ୟୁରୋ): ମୋବାଇଲରେ କଥା ହେବାକୁ ବାରଣ କରିବାରୁ ଝିଅର ପନିକି ଚୋଟରେ ବାପା ମାଆ ଗୁରୁତର।ଏଭଳି ଅଭାବନୀୟ ଘଟଣା ଘଟିଛି ସୋର ଥାନା ସରସଙ୍ଖ ପଂଚାୟତ ହାତିଗଡ଼ିଆ ଗ୍ରାମରେ । ମୋବାଇଲରେ ବାରମ୍ବାର କଥା ହେବାକୁ ବାରଣ କରିବାରୁ ଝିଅର ପନିକି ଚୋଟରେ ବାପା ମା ଗୁରୁତର ଭାବେ ଆହତ ହୋଇଛନ୍ତି। ଗ୍ରାମର ରଞ୍ଜିତ ସିଂ ଓ ତାଙ୍କ ସ୍ତ୍ରୀ ବୁଦୁନି ସିଂ ରାତିରେ ଖାଇବାକୁ ବସିଥିବା ବେଳେ ତାଙ୍କ ବଡ ଝିଅ କୁନି ସିଂ ମୋବାଇଲରେ କଥା ହେଉଥିବାରୁ ମାଆ ତାଙ୍କ ଉପରେ ବିରକ୍ତି ହୋଇଥିଲେ ।

ବାରମ୍ବାର ମୋବାଇଲରେ କଥା ହେବାକୁ ବାରଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ କୁନି ତାଙ୍କୁ ଏକ ପନିକିରେ ଆକ୍ରମଣ କରିଥିଲେ । ପରେ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇଥିବା ରଞ୍ଜିତ ମଧ୍ୟ ଝିଅର ପନିକି ଚୋଟର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ରଞ୍ଜିତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ