Masthead

ଚିକମିକ ଅଯୋଧ୍ୟା, ଉଲ୍ଲସିତ ପ୍ରତି ରାମପ୍ରେମୀଙ୍କ ପ୍ରାଣ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଉତ୍ସାହିତ ଅଯୋଧ୍ୟା । ଉଦ୍ଭାସିତ ଅଯୋଧ୍ୟା । ଉଲ୍ଲସିତ ପ୍ରତି ରାମପ୍ରେମୀଙ୍କ ପ୍ରାଣ । କାହିଁକି ନା ବିରାଜିବେ ରାମଲାଲା । ଆଉ ମାତ୍ର କେଇଟା ଦିନ । ହେଲେ ବୋଲ ମାନୁନି ମନ । ଆରମ୍ଭ ହେଲାଣି ସାଜସଜ୍ଜା । ବାଜିଲାଣି ମୃଦଙ୍ଗ ବାଜା । ଅନ୍ତ ହେବ ୫ ଶହ ବର୍ଷର ପ୍ରତୀକ୍ଷା । ନିଜ ଜନ୍ମସ୍ଥଳୀକୁ ବା ଦିବ୍ୟ ମନ୍ଦିରରେ ବିରାଜିବେ ରାମଲାଲା । ଚୂଡାନ୍ତ ହୋଇ ସାରିଛି ବିଗ୍ରୟ ଚୟନ । କୃଷ୍ଣ ଶିଳାରେ ଚମିକିବେ ପୁରୁଷୋତ୍ତମ । ଆରମ୍ଭ ହୋଇଗଲାଣି ପଣ୍ଡିତଙ୍କ ମନ୍ତ୍ରଧ୍ୱନି । ଅଯୋଧ୍ୟା ରେ ପ୍ରକମ୍ପିତ ହେଲାଣି ଶ୍ରୀରାମ ଧ୍ୱନି । ପ୍ରାଣପ୍ରତିଷ୍ଠାର ପ୍ରାକ ପୂଜାବିଧି ଆରମ୍ଭ ହୋଇସାରିଛି । ପ୍ରାୟଶ୍ଚିତ ପୂଜାରୁ ଏହି ଅନୁଷ୍ଠାନ ଆରମ୍ଭ ହୋଇଥିବା ବେଳେ ରାମମୟ ହୋଇଛି ଅଯୋଧ୍ୟାନଗରୀ ।

ପୁରୋହିତ ମାନଙ୍କ ମନ୍ତ୍ରୋଚ୍ଚାରଣ, ବେଦପାଠରେ ପୁରା ଅଯୋଧ୍ୟାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଅଯୋଧ୍ୟାରେ ଅଦିନିଆ ଦୀପାବଳିର ମାହୋଲ ଦେଖିବାକୁ ମିଳିଛି । ସରଜୁ ଘାଟ ସମେତ ବିଭିନ୍ନ ସ୍ଥାନରେ ଦୀପ ଜାଳି ଉତ୍ସବ ମନାଉଛନ୍ତି ରାମଭକ୍ତ । ମଙ୍ଗଳବାର ଠାରୁ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରାକ ପୂଜାବିଧି ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଗର୍ଭଗୃହରେ ସ୍ଥାପନ ହେବ ରାମଲାଲାଙ୍କ ପ୍ରତିମୂର୍ତି । ୨୨ତାରିଖରେ କରାଯିବ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ୨୧ତାରିଖ ଯାଏ ରାମ ଲାଲାଙ୍କ ବିଭନ୍ନ ଅଧିବାସ, ଜଳାଧିବାସ, ଶଯ୍ୟାବାସ ଔଷଧିବାସ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । ୨୨ ତାରିଖ ଦିନ ୧୨ଟାରୁ ୧ଟା ମଧ୍ୟରେ ୪୦ମିନିଟ୍ ଧରି ଅନୁଷ୍ଠିତ ହେବ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା