Masthead

ବେଣୁଙ୍କ ପାଇଁ ଅଣ୍ଟାଭିଡିଲେ ରାନୀ

ବାଲେଶ୍ୱର, (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଜୀବନର ଚତୁର୍ଥ ସୋପାନରେ ସେ ପାଦ ଥାପିଥିଲେ ମଧ୍ୟ ଲୋକଙ୍କ ସେବା କରିବା, ନିଜ ଅଞ୍ଚଳର ସାମୁହିକ ବିକାଶ ତାଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଟାଣିଆଣିଛି । ତାଙ୍କ ପାଖରେ ଧନ ନାହିଁ, ଲୋକ ବଳ ମଧ୍ୟ ନାହିଁ । କିନ୍ତୁ ମନୋବଳ ତାଙ୍କର ଦୃଢ ଓ ସଶକ୍ତ । ଚାଳି ଚାଲି ସେ କରୁଛନ୍ତି ଭୋଟ ପ୍ରଚାର । ଏବେ ସାଇକେଲରେ କେଟିଲ ବାନ୍ଧି ପ୍ରଚାରକୁ ଜୋରଦାର କରିଛନ୍ତି ବେଣୁଧର । ତାଙ୍କ ପ୍ରଚାର ଶୈଳୀ, ନିରାଡମ୍ବର ବେଶଭୂଷା, ହୃଦୟ ଖୋଲା ଅଭିବ୍ୟକ୍ତି ଲୋକଙ୍କ ମନକୁ ଛୁଇଁ ପାରିଛି ।
ବେଣୁଧର ଓରଫ୍ ବେଣୁ ମଉସାଙ୍କ ପ୍ରଚାରରେ ଆଜି ସାମିଲ୍ ହୋଇଥିଲେ ଜଲିଉଡ୍ ଅଭିନେତ୍ରୀ ରାନୀ ପଣ୍ଡା । ଅପରାହ୍ନ ୫ରେ ବାଲେଶ୍ୱରରେ ପହଞ୍ଚିଥିଲେ ରାନୀ । ବେଣୁଧରଙ୍କ ଗୁଡିପଦାରେ ଥିବା ଘରକୁ ରାନୀ ଚାଲି ଚାଲି ଯାଇଥିଲେ । ପରେ ସେ ବେଣୁମଉସାଙ୍କ ସହ ପ୍ରଚାର କରିଥିଲେ । ରାନୀ ଦେଇଥିବା ନୂଆ ସାଇକେଲ ପଛରେ ବସିଥିଲେ ବେଣୁ ମଉସା । ଆଉ ରାନୀ ସାଇକେଲ ଟାଣି ଟାଣି କରିଥିଲେ ପ୍ରଚାର ।
ପ୍ରଥମେ ପ୍ରଥମେ ବେଣୁଧରଙ୍କ ସହ କେହି ପ୍ର୍ରଚାରକୁ ଯାଉନଥିଲେ । ଏବେ ତାଙ୍କ ପାଇଁ କିଛି ଲୋକ ସ୍ୱଇଚ୍ଛାରେ କରୁଛନ୍ତି ପ୍ରଚାର । ରାନୀ ବାଲେଶ୍ୱରରେ ପହଞ୍ôଚବା ପରେ ବେଣୁଧରଙ୍କ ଶତାଧିକ ସମର୍ଥକ ତାଙ୍କୁ ସ୍ୱାଗତ କରିଥିଲେ । ସେମାନେ ରାନୀଙ୍କୁ ବେଣୁଧରଙ୍କ ଘର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।
ବେଣୁ ମଉସା ଜଣେ ସଚ୍ଚୋଟ ଆଉ ଦରଦୀ ମଣିଷ । ତାଙ୍କୁ ଭୋଟ ଦେଲେ ବାଲେଶ୍ୱର ଉନ୍ନତି ଅଧିକ ହେବ ବୋଲି ଜଲିଉଡ୍ ଅଭିନେତ୍ରୀ ରାନୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି