Masthead

ବେଣୁଙ୍କ ପାଇଁ ଅଣ୍ଟାଭିଡିଲେ ରାନୀ

ବାଲେଶ୍ୱର, (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଜୀବନର ଚତୁର୍ଥ ସୋପାନରେ ସେ ପାଦ ଥାପିଥିଲେ ମଧ୍ୟ ଲୋକଙ୍କ ସେବା କରିବା, ନିଜ ଅଞ୍ଚଳର ସାମୁହିକ ବିକାଶ ତାଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଟାଣିଆଣିଛି । ତାଙ୍କ ପାଖରେ ଧନ ନାହିଁ, ଲୋକ ବଳ ମଧ୍ୟ ନାହିଁ । କିନ୍ତୁ ମନୋବଳ ତାଙ୍କର ଦୃଢ ଓ ସଶକ୍ତ । ଚାଳି ଚାଲି ସେ କରୁଛନ୍ତି ଭୋଟ ପ୍ରଚାର । ଏବେ ସାଇକେଲରେ କେଟିଲ ବାନ୍ଧି ପ୍ରଚାରକୁ ଜୋରଦାର କରିଛନ୍ତି ବେଣୁଧର । ତାଙ୍କ ପ୍ରଚାର ଶୈଳୀ, ନିରାଡମ୍ବର ବେଶଭୂଷା, ହୃଦୟ ଖୋଲା ଅଭିବ୍ୟକ୍ତି ଲୋକଙ୍କ ମନକୁ ଛୁଇଁ ପାରିଛି ।
ବେଣୁଧର ଓରଫ୍ ବେଣୁ ମଉସାଙ୍କ ପ୍ରଚାରରେ ଆଜି ସାମିଲ୍ ହୋଇଥିଲେ ଜଲିଉଡ୍ ଅଭିନେତ୍ରୀ ରାନୀ ପଣ୍ଡା । ଅପରାହ୍ନ ୫ରେ ବାଲେଶ୍ୱରରେ ପହଞ୍ଚିଥିଲେ ରାନୀ । ବେଣୁଧରଙ୍କ ଗୁଡିପଦାରେ ଥିବା ଘରକୁ ରାନୀ ଚାଲି ଚାଲି ଯାଇଥିଲେ । ପରେ ସେ ବେଣୁମଉସାଙ୍କ ସହ ପ୍ରଚାର କରିଥିଲେ । ରାନୀ ଦେଇଥିବା ନୂଆ ସାଇକେଲ ପଛରେ ବସିଥିଲେ ବେଣୁ ମଉସା । ଆଉ ରାନୀ ସାଇକେଲ ଟାଣି ଟାଣି କରିଥିଲେ ପ୍ରଚାର ।
ପ୍ରଥମେ ପ୍ରଥମେ ବେଣୁଧରଙ୍କ ସହ କେହି ପ୍ର୍ରଚାରକୁ ଯାଉନଥିଲେ । ଏବେ ତାଙ୍କ ପାଇଁ କିଛି ଲୋକ ସ୍ୱଇଚ୍ଛାରେ କରୁଛନ୍ତି ପ୍ରଚାର । ରାନୀ ବାଲେଶ୍ୱରରେ ପହଞ୍ôଚବା ପରେ ବେଣୁଧରଙ୍କ ଶତାଧିକ ସମର୍ଥକ ତାଙ୍କୁ ସ୍ୱାଗତ କରିଥିଲେ । ସେମାନେ ରାନୀଙ୍କୁ ବେଣୁଧରଙ୍କ ଘର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।
ବେଣୁ ମଉସା ଜଣେ ସଚ୍ଚୋଟ ଆଉ ଦରଦୀ ମଣିଷ । ତାଙ୍କୁ ଭୋଟ ଦେଲେ ବାଲେଶ୍ୱର ଉନ୍ନତି ଅଧିକ ହେବ ବୋଲି ଜଲିଉଡ୍ ଅଭିନେତ୍ରୀ ରାନୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା