Masthead

ମଧୁର ହସ, ମଥାରେ ତିଳକ: ସାମ୍ନାକୁ ଆସିଲା ରାମଲାଲାଙ୍କର ସ୍ପଷ୍ଟ ଫଟୋ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ):  ଅଯୋଧ୍ୟା ରାମମନ୍ଦିରରେ ସ୍ଥାପିତ ରାମଲାଲାଙ୍କ ଦିବ୍ୟ ମୁଖମଣ୍ଡଳ ସାମ୍ନାକୁ ଆସିଛି। କଳା ରଙ୍ଗର ପସ୍ତରରେ ନିର୍ମିତ ହୋଇଛି ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି । ଏହା ପୂର୍ବରୁ ରାମଲାଲାଙ୍କ ମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପନ କରାଯାଇଥିଲା। ଆଜି ପ୍ରଥମ ଥର ପାଇଁ ସୁନ୍ଦର ମୁଖମଣ୍ଡଳ ଓ ଅବୟବର ଫଟୋ ସାଧାରଣରେ ଦେଖିବାକୁ ମିଳିଛି। ଯାହାକି କୋଟି କୋଟି ରାମଭକ୍ତଙ୍କୁ ଅଧିକ ଉତ୍କଣ୍ଠିତ କରିଛି । ରାମଲାଲାଙ୍କ ମୂର୍ତ୍ତିରେ ଏକାଧିକ ଧାର୍ମିକ ଚିହ୍ନ ଯଥା ଓମ୍‌, ଗଣେଶ, ଚକ୍ର, ଶଙ୍ଖ, ଗଦା, ସ୍ବସ୍ତିକ ଏବଂ କମଳ ନୟନ ଆଦି ରହିଛି। ପ୍ରାଣ ପ୍ରତିଷ୍ଠା ବା ଜୀବନୀ ଶକ୍ତି ସଞ୍ଚାରର ପୂର୍ବରୁ ରାମଲାଲାଙ୍କ ସଂପୂର୍ଣ୍ଣ ଅବୟବକୁ ଲୋକମାନେ ଦେଖିବାକୁ ପାଇଛନ୍ତି।

କଳାରଙ୍ଗର ପ୍ରସ୍ତରରେ ରାମଲାଲାଙ୍କ ମୂର୍ତ୍ତି ନିର୍ମାଣ ହୋଇଛି। ଏହି ଫଟୋରେ ରାମଲାଲା ଛିଡ଼ା ହେବା ମୁଦ୍ରାରେ ଅଛନ୍ତି। ୫୧ ଇଞ୍ଚର ଭଗବାନ ରାମଙ୍କୁ ଶିଶୁ ରୂପରେ ଦେଖିବାକୁ ମିଳିଛି। ଉକ୍ତ ମୂର୍ତ୍ତି ମହୀଶୂରର ଶିଳ୍ପୀ ଅରୁଣ ଯୋଗୀରାଜ ନିର୍ମାଣ କରିଛନ୍ତି। ତେବେ ରାମଲାଲାଙ୍କ ଗୋଟେ ଝଲକ ପାଇଁ ବ୍ୟାକୁଳ ହେଲେଣି ଭକ୍ତ । ରାମ ନାମରେ କମ୍ପୁଛି ପୂରା ଅଯୋଧ୍ୟାନଗରୀ । ଆଜି ସକାଳେ ଶର୍କରାଧିବାସ, ଫଳାଧିବାସ ଏବଂ ସଂଧ୍ୟାରେ ପୁଷ୍ପାଧିବାସ ରହିଛି । ୨୧ ତାରିଖ ସକାଳେ ମଧ୍ୟାଧିବାସ ଓ ସଂଧ୍ୟାରେ ଶଯ୍ୟାଧିବାସ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼