Masthead

ପୋଲିସ, ସାମ୍ବାଦିକଙ୍କୁ ଛେଚିଲେ

ଭଦ୍ରକ, (ବଡ଼ ଖବର ବ୍ୟୁରୋ): ଭଦ୍ରକରେ ଦିନକୁ ଦିନ ବଢିବାରେ ଲାଗିଛି ନକଲି ଜର୍ଦ୍ଦା କାରବାର । ଏହି କାରବାର ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଦେଇଛି । ଅସାଧୁ ବ୍ୟବସାୟ ଉପରେ ରୋକ ଲଗାଇବା ପାଇଁ ଚଢଉ ମଧ୍ୟ ଜାରି ରହିଛି । ଚଢଉ ସମୟରେ ପୋଲିସ ଓ ସାମ୍ବାଦିକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ହେଲାସାହିରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ହେଲାସାହିରେ ନକଲି ଜର୍ଦ୍ଦା କାରବାର ଚାଲିଥିବାର ପୋଲିସକୁ ସୂଚନା ମିଳିଥିଲା । ସଂଗେ ସଂଗେ ଚଢଉ କରିଥିଲା ପୋଲିସ । ଜବତ ହୋଇଥିଲା ନକଲି ଜର୍ଦ୍ଦା ଓ ସେଥିରେ ବ୍ୟବହୃତ ସାମଗ୍ରୀ । ଏହି ଅସାଧୁ କାରବାରକୁ ସମର୍ଥନ କରୁଥିବା କିଛି ସ୍ଥାନୀୟ ଲୋକ ପୋଲିସର କାର୍ଯ୍ୟାନୁଷ୍ଠାନ ସହଜରେ ଗ୍ରହଣ କରିପାରି ନଥିଲେ । ସେମାନେ ଉତ୍ତ୍ୟକ୍ତ ହୋଇ ପୋଲିସ ଗାଡ଼ିକୁ ଧକ୍କା ମାରିବା ସହ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ଏ ସମ୍ପର୍କରେ ଖବର ପାଇ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳକୁ ଖବର ସଂଗ୍ରହ ପାଇଁ ଯାଇଥିଲେ । କିନ୍ତୁ ସ୍ଥାନୀୟ ଲୋକ ସାମ୍ବାଦିକଙ୍କୁ ମାଡ଼ ମାରିଥିଲେ । ଏପରିକି ମୋବାଇଲ ଭାଙ୍ଗିବା ସହ ବୁମ୍‌ ଓ ବ୍ୟାଗ୍‌ ଛଡାଇ ନେଇଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..