Masthead

କାହିଁକି କୃଷ୍ଣ ଶିଳାରେ ମୂର୍ତ୍ତି..ଜାଣନ୍ତୁ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ରାମମୟ ଅଯୋଧ୍ୟା ନଗରୀ। ରାମ ରସରେ ମତୱାଲା ଅଯୋଧ୍ୟା ପୁରୀ। ରାମ ନାମରେ ଫାଟୁଛି ରାମ ନଗରୀ। ସୁବୁଆଡ଼େ ଖାଲି ରାମ ନାମ। ଉଲ୍ଲସିତ ରାମପ୍ରେମୀଙ୍କ ମନ। ଫୁଲ ସାଙ୍ଗକୁ ଆଲୋକ, ସତେ ଯେମିତି ଅଯୋଧ୍ୟା ପିନ୍ଧିଚି ଚିକମିକର ଚାନ୍ଦୁଆ। କଳା ରଙ୍ଗର ମୂର୍ତ୍ତିରେ ଝଲସୁଛନ୍ତି ରାମଲାଲା। ସେ ଆଖି ସେ ଓଠ, ଆଉ ସେ ଚନ୍ଦ୍ର ଉଦିଆ ଭଳି ମୁହଁ। ହାଏ…ଦେଖିଲେ ଯେ କେହି ବି ପାଗଳ ହୋଇଯିବେ।

ଆଉ ମୁହଁରୁ ଗୋଟିଏ ବାହାରିବ ଶବ୍ଦ… ହାଏ ମେରି ରାମ। କଳାରେ ରଙ୍ଗରେ ଝଲସୁଛନ୍ତି ରାମଲାଲା। ତେବେ ଚାଲନ୍ତୁ ଜାଣିବା କହିଁକି ପ୍ରଭୁଙ୍କ ବିଗ୍ରହ କଳା ରଙ୍ଗର ହୋଇଛି। ଅଲଗା ରଙ୍ଗର କାହିଁକି ହେଲା ନାହିଁ। ପ୍ରଭୁ ରାମଙ୍କ ମୂର୍ତ୍ତି କଳା ରଙ୍ଗ ବା ଶ୍ୟାମଳ ରଙ୍ଗର ହୋଇଛି । କଳା ରଙ୍ଗର ଶିଳାରେ ଅନେକ ଗୁଣ ରହିଛି । ଶ୍ୟାମ ଶିଳା ବା କୃଷ୍ଣ ଶିଳାର ଆୟୁ ହଜାରେ ବର୍ଷରୁ ଅଧିକ ହୋଇଥାଏ। ଏହା ଜଳରୋଧି ବା ପାଣି ବାଜିଲେ ନଷ୍ଟ ହୁଏ ନାହିଁ। ଚନ୍ଦନ ବା ଶୃଙ୍ଗାର କଲାବେଳେ ବିଗ୍ରହଙ୍କ ଚମକରେ କୌଣସି ପ୍ରଭାବ ପଡେ ନାହିଁ । ଶ୍ୟାମ ଶିଳାର ଔଜଲ୍ୟତା ଦିନକୁ ଦିନ ବୃଦ୍ଧି ପାଏ।

ବାଲ୍ମୀକି ରାମୟଣରେ ପ୍ରଭୁ ଶ୍ରୀରାମ କଳା ରଙ୍ଗର ବୋଲି ଲଲ୍ଲେଖ କରାଯାଇଛି । ଯେଉଁଥିପାଇଁ ଲାଲାଙ୍କ ମୂର୍ତ୍ତି କଳା ବା ଶ୍ୟାମଳ ରଙ୍ଗରେ ତିଆରି କରାଯାଇଛି। ରାମଲାଲାଙ୍କ ମୂର୍ତ୍ତିର ଉଚ୍ଚତା ୫୧ ଇଞ୍ଚ ରହିଛି । ବିଗ୍ରହଙ୍କ ଓଜନ ପ୍ରାୟ ୨୦୦ କେଜି ରହିଛି। ମସ୍ତକରେ ସିନ୍ଦୂର ଶୋଭା ପାଉଛି। ଲଲାଟରେ ରାମ ତିଳକ ସୁନ୍ଦରତାକୁ ଭବ୍ୟ ରୂପ ଦେଉଛି। ପଦ୍ମ ଉପରେ ଧନୁ-ଶର ଧରି ଠିଆ ହୋଇଛନ୍ତି ପ୍ରଭୁ ଶ୍ରୀରାମ। ୫ ବର୍ଷର ବାଳକ ରୂପରେ ମନ ମୋହୁଛନ୍ତି ସମସ୍ତଙ୍କର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ