Masthead

କାହିଁକି କୃଷ୍ଣ ଶିଳାରେ ମୂର୍ତ୍ତି..ଜାଣନ୍ତୁ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ରାମମୟ ଅଯୋଧ୍ୟା ନଗରୀ। ରାମ ରସରେ ମତୱାଲା ଅଯୋଧ୍ୟା ପୁରୀ। ରାମ ନାମରେ ଫାଟୁଛି ରାମ ନଗରୀ। ସୁବୁଆଡ଼େ ଖାଲି ରାମ ନାମ। ଉଲ୍ଲସିତ ରାମପ୍ରେମୀଙ୍କ ମନ। ଫୁଲ ସାଙ୍ଗକୁ ଆଲୋକ, ସତେ ଯେମିତି ଅଯୋଧ୍ୟା ପିନ୍ଧିଚି ଚିକମିକର ଚାନ୍ଦୁଆ। କଳା ରଙ୍ଗର ମୂର୍ତ୍ତିରେ ଝଲସୁଛନ୍ତି ରାମଲାଲା। ସେ ଆଖି ସେ ଓଠ, ଆଉ ସେ ଚନ୍ଦ୍ର ଉଦିଆ ଭଳି ମୁହଁ। ହାଏ…ଦେଖିଲେ ଯେ କେହି ବି ପାଗଳ ହୋଇଯିବେ।

ଆଉ ମୁହଁରୁ ଗୋଟିଏ ବାହାରିବ ଶବ୍ଦ… ହାଏ ମେରି ରାମ। କଳାରେ ରଙ୍ଗରେ ଝଲସୁଛନ୍ତି ରାମଲାଲା। ତେବେ ଚାଲନ୍ତୁ ଜାଣିବା କହିଁକି ପ୍ରଭୁଙ୍କ ବିଗ୍ରହ କଳା ରଙ୍ଗର ହୋଇଛି। ଅଲଗା ରଙ୍ଗର କାହିଁକି ହେଲା ନାହିଁ। ପ୍ରଭୁ ରାମଙ୍କ ମୂର୍ତ୍ତି କଳା ରଙ୍ଗ ବା ଶ୍ୟାମଳ ରଙ୍ଗର ହୋଇଛି । କଳା ରଙ୍ଗର ଶିଳାରେ ଅନେକ ଗୁଣ ରହିଛି । ଶ୍ୟାମ ଶିଳା ବା କୃଷ୍ଣ ଶିଳାର ଆୟୁ ହଜାରେ ବର୍ଷରୁ ଅଧିକ ହୋଇଥାଏ। ଏହା ଜଳରୋଧି ବା ପାଣି ବାଜିଲେ ନଷ୍ଟ ହୁଏ ନାହିଁ। ଚନ୍ଦନ ବା ଶୃଙ୍ଗାର କଲାବେଳେ ବିଗ୍ରହଙ୍କ ଚମକରେ କୌଣସି ପ୍ରଭାବ ପଡେ ନାହିଁ । ଶ୍ୟାମ ଶିଳାର ଔଜଲ୍ୟତା ଦିନକୁ ଦିନ ବୃଦ୍ଧି ପାଏ।

ବାଲ୍ମୀକି ରାମୟଣରେ ପ୍ରଭୁ ଶ୍ରୀରାମ କଳା ରଙ୍ଗର ବୋଲି ଲଲ୍ଲେଖ କରାଯାଇଛି । ଯେଉଁଥିପାଇଁ ଲାଲାଙ୍କ ମୂର୍ତ୍ତି କଳା ବା ଶ୍ୟାମଳ ରଙ୍ଗରେ ତିଆରି କରାଯାଇଛି। ରାମଲାଲାଙ୍କ ମୂର୍ତ୍ତିର ଉଚ୍ଚତା ୫୧ ଇଞ୍ଚ ରହିଛି । ବିଗ୍ରହଙ୍କ ଓଜନ ପ୍ରାୟ ୨୦୦ କେଜି ରହିଛି। ମସ୍ତକରେ ସିନ୍ଦୂର ଶୋଭା ପାଉଛି। ଲଲାଟରେ ରାମ ତିଳକ ସୁନ୍ଦରତାକୁ ଭବ୍ୟ ରୂପ ଦେଉଛି। ପଦ୍ମ ଉପରେ ଧନୁ-ଶର ଧରି ଠିଆ ହୋଇଛନ୍ତି ପ୍ରଭୁ ଶ୍ରୀରାମ। ୫ ବର୍ଷର ବାଳକ ରୂପରେ ମନ ମୋହୁଛନ୍ତି ସମସ୍ତଙ୍କର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ