Masthead

ମାହାଲମାଣ୍ଡା କିଏ ବିଜେଡି ଉତ୍ତର ଦେଉ: ଗୋଲକ ମହାପାତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ବିଜେଡି କେନ୍ଦ୍ର ଉପରେ ଦୋଷ ଦେବା ପ୍ରସଙ୍ଗରେ କଡ଼ା ଜବାବ ରଖିଲା ବିଜେପି । ମାହାଲମାଣ୍ଡା କିଏ ବିଜେଡି ଉତ୍ତର ଦେଉ କହିଲେ ରାଜ୍ୟ ବିଜେପି ଯେଉଁ ଉପସଭାପତି ଗୋଲକ ମହାପାତ୍ର । ସେ କହିଛନ୍ତି ମାହାଲମାଣ୍ଡା ବାବୁମାନେ ବସିଛନ୍ତି ସେମାନେ କୁହନ୍ତୁ । ଫେକ ଲୋକଙ୍କ ନା ମେରିଟ୍ ଲିଷ୍ଟରେ ଆସିଛି । ଫେକ ଅଫିସର, ଫେକ ରାଜନେତା ଶାସନରେ ବସିଛନ୍ତି । ରାଜ୍ୟରେ ମାହାଲମାଣ୍ଡା ଓ ଫେକ ସରକାର ଚାଲିଛି । ଏହା ତାହାର ପ୍ରମାଣ । ଯାହା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମହାଲମଣ୍ଡା ବା ଫେକ ସରକାରକୁ ଫିଙ୍ଗିବାର ସମୟ ଆସିଛି । ଓଡ଼ିଶାର ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ଏହି ମହାଲମଣ୍ଡା ସରକାର ଯୋଗୁଁ ଚାକିରି ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଏହି ଚାକିରି ଆଶାୟୀ ଯୁବକ ଯୁବତୀ ମାନେ ଫେକ ସରକାରକୁ ଓପାଡି ଫିଙ୍ଗିବେ । ଯିଏ ଏ ସବୁ କଥା କହିଛନ୍ତି, ସେ ବୋଧେ ଜାଣିନାହାନ୍ତି ଯେ ଭାରତର ଅନେକ ଅନଲାଇନ ପରୀକ୍ଷା ସେ ସଂସ୍ଥା କରେ । ତାଙ୍କର ବୋଧେ ଜ୍ଞାନ କମ୍ । ପାଠ ଭିତରକୁ ଯାଇ ନାହାନ୍ତି କହୁ କହୁ କହି ଦେଇଛନ୍ତି । ନିଜର ଦୋଷକୁ ଲୁଚାଇବାକୁ ଯାଇ ଅନ୍ୟ ଉପରେ ଦୋଷ ଲଦିବାର କାରଣ କଣ ? ଆବେଦନ ପ୍ରକ୍ରିୟା ରାଜ୍ୟ ସରକାର କରନ୍ତି । ଯେଉଁ ସଂସ୍ଥା ପରୀକ୍ଷା କରେ ସେ କେବଳ ପରୀକ୍ଷା କରି ରେଜଲ୍ଟ ରାଜ୍ୟ ସରକାରଙ୍କୁ ଦେଇ ଦିଏ । ରାଜ୍ୟ ସରକାର ରେଜଲ୍ଟ ପ୍ରକାଶ କରନ୍ତି । କାହାକୁ ନିଯୁକ୍ତି ଦେବେ ବା ନଦେବେ ତାହାର ନିଷ୍ପତି ରାଜ୍ୟ ସରକାର କରନ୍ତି । ସେ ସଂସ୍ଥା ନିଷ୍ପତି କରି ରାଜ୍ୟ ସରକାରଙ୍କୁ ଦିଏ ନାହିଁ । ତାହେଲେ ଭୁଲ କେମିତି ହେଉଛି ବୋଲି ପ୍ରଶ୍ନ କରିଛି ବିଜେପି ।

ତେଣୁ ରାଜ୍ୟ ସରକାର କେତେବେଳେ ଆବେଦନ ପତ୍ର ଗ୍ରହଣ କଲେ, ସେତେବେଳେ ପ୍ରୋ ଏବଂ ମହାଲମଣ୍ଡା କେମିତି ଆସିଗଲା । ରାଜ୍ୟ ସରକାରଙ୍କ କେଉଁ ବ୍ୟବସ୍ଥା ଏହି କାମ କରିଛି । ତେଣୁ ଏହା ସ୍ପଷ୍ଟ, ଓଡ଼ିଶାରେ ବସିଥିବା ବାବୁ ମାନଙ୍କ ହାତରେ କିଛି ନାହିଁ । ଓଡ଼ିଶା ବାହାରୁ ଯେଉଁ ବିଦେଶୀ ଗୁମସ୍ତା ଆସିଛନ୍ତି, ତାଙ୍କୁ ଖୁସି କରିବାରେ ବିଜେଡ଼ି ସରକାର ଲଗିପଡ଼ିଛି । ବିଜେଡି ଦଳ ଭିତରେ ଗୋଟିଏ ଓଡ଼ିଶା ନେତା ତିଆରି କରିପାରିଲେ ନାହିଁ । ତାଙ୍କୁ ଲାଜ ଲାଗିବା କଥା ଯେ ଓଡ଼ିଶା ଭିତରେ ତାଙ୍କର ନେତା ନାହାନ୍ତି । ବାହାରୁ ଆମଦାନୀ ହୋଇଥିବା ନେତାଙ୍କ ପାଖରେ ଗୁମାସ୍ତାଗିରି କରୁଛନ୍ତି । ଏବଂ ଯାହା କହୁଛନ୍ତି, କହିବା ଆଗରୁ ପାଠ ପଢ଼ି ଆସନ୍ତୁ ଏବଂ ଜ୍ଞାନ ଆହରଣ କରି କୁହନ୍ତୁ । ନିଜେ ଉତ୍ତର ନଦେଇ, ନିଜ ଦୋଷ ନା ମାନି ଅନ୍ୟ ଉପରେ କାଦୁଅ ଫୋପାଡିବାର ମାନେ କଣ ବୋଲି ପ୍ରଶ୍ନ କରିଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି