Masthead

‘ଆଜିଠୁ ରାମରାଜ୍ୟ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସମସ୍ତଙ୍କ ଉପରେ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ। ଆଜି ଠୁ ଆରମ୍ଭ ରାମରାଜ୍ୟ। ସମସ୍ତ ପ୍ରକାର ଅସୁବିଧା ହେବ ଦୂର। ସମସ୍ତଙ୍କ ଉପରେ ରହିବ ଇଶ୍ୱରଙ୍କ ପ୍ରୀତି। ସମସ୍ତେ ମିଳିମିଶି ରହିବେ। ସମସ୍ତେ ପ୍ରେମ ବାଣ୍ଟିବେ। ଅଯୋଧ୍ୟାରୁ ଏହି ପରିବର୍ତ୍ତନ ସାରା ଦେଶରୁ ଆରମ୍ଭ ହେବାକୁ ଯାଉଛି।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ରାମରାଜ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ। ସେ କହିଛନ୍ତି ସମସ୍ତ ପ୍ରକାର ଅସମାନତା ସମାପ୍ତ ହେବ। ଏବେଠୁ ରାମରାଜ୍ୟ ଆରମ୍ଭ ହେବ। ସମସ୍ତେ ପ୍ରେମ ବାଣ୍ଟିବେ। ସମସ୍ତଙ୍କ ମନରେ ସୌହାର୍ଯ୍ୟ ଓ ଶାନ୍ତି ରହିବ। ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେଉଁଠି ଆମେ ଶପଥ ନେଇଥିଲୁ ସେହିଠି ହିଁ ମନ୍ଦିର ନିର୍ମାଣ ହୋଇଛି।

ଆଜି ଆତ୍ମା ଏତେ ଖୁସି ଯେ ତାହା ବ୍ୟକ୍ତ କରି ହେବ ନାହିଁ। ଲାଗୁଛି ଆମେ ତ୍ରେତୟା ଯୁଗକୁ ଫେରି ଆସିଛୁ। ଦେଶ ଓ ଦେଶବାସୀ ଏହି ଦିନକୁ ଅପେକ୍ଷା କରିଥିଲେ। ୫୦୦ ବର୍ଷ ପରେ ରାମଲାଲା ଆସିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ହେତୁ ଏହା ଆଜି ସମ୍ଭବ ହୋଇପାରିଛି ଏବଂ ଆଜି ଆମେ ଏହି ସ୍ୱର୍ଣ୍ଣିମ ଦିନ ଦେଖିପାରୁଛୁ ବୋଲି କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ। ଆମେ ତାଙ୍କୁ ସମ୍ମାନ ଜଣାଉଛୁ।

ଇତିହାସରେ ଲେଖା ଅଛି ଯେ ଯିଏ ରାମଲାଲାଙ୍କ କାହାଣୀ ଶୁଣେ ତାର ସମସ୍ତ ଦୁଃଖ ଓ କଷ୍ଟ ଦୂର ହୋଇଯାଏ ବୋଲି କହିଛନ୍ତି ମୋହନ।ଦେଶ ଲାଗି ଆଜିର ଦିନ ଐତିହାସକ ଦିନ । ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ହେଲା ସଂପନ୍ନ । ଆକାଶ ମାର୍ଗରୁ ହେଲିକପ୍ଟରରେ ହେଲା ପୁଷ୍ପ ବର୍ଷା। ଭାବବିଭୋର ହେଲା ରାମପ୍ରେମୀଙ୍କ ମନ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି