Masthead

ରାହୁଲ ଗାନ୍ଧିଙ୍କ ସୁରକ୍ଷାକୁ ନେଇ ଅମିତ ଶାହଙ୍କୁ ଚିଠି ଲେଖିଲେ ଖଡଗେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ରାଜ୍ୟରେ ଆଇନଶୃଙ୍ଖଳା ଭଙ୍ଗ କରିବା, ସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଏବଂ ପୁଲିସ୍‌ ଅଧିକାରୀଙ୍କୁ ଅପବ୍ୟବହାର କରିବା ଅଭିଯୋଗରେ ଗତକାଲି ଶତାଧିକ କଂଗ୍ରେସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ୍‌ ସହ ମୁହାଁମୁହିଁ ହେବା ତଥା ଭିଡ଼କୁ ଉସକାଇବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କେସି ବେଣୁଗୋପାଳଙ୍କ ସମେତ ଶତାଧିକ ଦଳୀୟ କର୍ମୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଏ ବିଷୟରେ ଚିଠି ଲେଖିଛନ୍ତି।

ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବାରମ୍ବାର ବିପଦରେ ଅଛି ବୋଲି ଖଡଗେ ଶାହାଙ୍କୁ କହିଛନ୍ତି। ଏ ସମ୍ପର୍କରେ ସେ ଆସାମ ପୋଲିସ ଉପରେ ମଧ୍ୟ ଅଭିଯୋଗ କରିଛନ୍ତି। ଖଡଗେ କହିଛନ୍ତି, ଜାନୁଆରୀ ୧୪ରେ ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଆସାମରେ ପହଞ୍ଚିବା ପରେ ଆସାମ ପୋଲିସ ଜେଡ୍‌ ପ୍ଲସ ପାଇଥିବା ରାହୁଲ ଗାନ୍ଧୀଙ୍କ ସୁରକ୍ଷା ଅଧୀନରେ ଆସିବାକୁ ଚାହୁଁଥିଲା। ସେ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ଅରୁଣାଚଳ ପ୍ରଦେଶରୁ କଂଗ୍ରେସ ଯାତ୍ରା ଆସାମର ସୋନୀତପୁର ଜିଲାକୁ ଆସିଥିଲା, ସେତେବେଳେ ସେଠାରେ ସ୍ଥାନୀୟ ଅଧୀକ୍ଷକ, ଯିଏକି ମୁଖ୍ୟମନ୍ତ୍ରୀ ଶର୍ମାଙ୍କ ଭାଇ ମଧ୍ୟ, ବିଜେପି କର୍ମୀଙ୍କ ଦ୍ୱାରା କଂଗ୍ରେସ ଯାତ୍ରା ଉପରେ ହୋଇଥିବା ଆକ୍ରମଣକୁ ଦର୍ଶକ ଭଳି ଦେଖୁଥିଲେ।

ଗତକାଲି ପାଞ୍ଚ ହଜାରରୁ ଅଧିକ କଂଗ୍ରେସ କର୍ମୀ ଗୌହାଟିକୁ ପ୍ରବେଶ କରିଥିଲେ। ଏହି ସମୟରେ ରାସ୍ତାରୁ ଜନ ସମାଗମ ହଟାଇବା ପାଇଁ ବ୍ୟାପକ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପୁଲିସ କଂଗ୍ରେସ କର୍ମୀଙ୍କୁ ଅନ୍ୟ ରାସ୍ତାରେ ଯିବାକୁ କହିଥିଲା, କିନ୍ତୁ ଏହାକୁ ସେମାନେ ବିରୋଧ କରିଥିଲେ। ଫଳରେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୌହାଟିରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପରେ ପୁଲିସ କଂଗ୍ରେସର ନ୍ୟାୟ ଯାତ୍ରାକୁ ବନ୍ଦ କରି ଦେଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି