Masthead

ଅନ୍ତିମ ସଂସ୍କାରର ଚାଲିଥିଲା ପ୍ରସ୍ତୁତ, ବଞ୍ଚିଗଲେ ବୃଦ୍ଧ

ଚଣ୍ଡିଗଡ଼ (ବଡ଼ ଖବର ବ୍ୟୁରୋ): ସଂସ୍କାର ପାଇଁ ଯାଉଥିଲା ଶବ । ହେଲେ ବାଟରେ ଖାଲରେ ପଡିଗଲା ଆମ୍ବୁଲାନ୍ସ, ଜିଇଁ ଉଠିଲେ ବ୍ୟକ୍ତି । ଏବେ ହସ୍ପିଟାଲରେ ଚିକିତ୍ସିତ । ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣି ଆପଣ ତାଜୁବ ହୋଇଯିବେ। ୮୦ ବର୍ଷିୟ ବୃଦ୍ଧ ଦର୍ଶନ ସିଂହ ବରାଡଙ୍କୁ ଡାକ୍ତରଙ୍କ ଦ୍ୱାରା ମୃତ ଘୋଷଣା କରାଯାଇଥିଲା। ପରେ ତାଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ପଟିଆଲାରୁ କରନାଲ ପାଖରେ ଥିବା ତାଙ୍କ ବାସଭବନକୁ ଶେଷ ଦର୍ଶନ ପାଇଁ ନିଆଯାଉଥିଲା।

ଏହି ସମୟରେ ଆମ୍ବୁଲାନ୍ସଟି ରାସ୍ତାରେ ଏକ ଗାତରେ ପଡି ଯାଇଥିଲା। ଆଉ ଆମ୍ବୁଲାନ୍ସରେ ଥିବା ବୃଦ୍ଧଙ୍କ ହୃଦସ୍ପନ୍ଦନ ହଠାତ୍‌ ଚାଲିବାକୁ ଲାଗିଲା। ତାଙ୍କ ପାଖରେ ଥିବା ତାଙ୍କ ନାତିକୁ ସେ ହାତ ହଲାଇ ଡାକୁଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣା ଦେଖି ଆମ୍ବୁଲାନ୍ସର କର୍ମଚାରୀ ସମେତ ନାତି ମଧ୍ୟ ତାଜୁବ ହୋଇଯାଇଥିଲେ।

ଭୟ ଓ ଆଶଙ୍କାରେ ରହି ନିକଟସ୍ଥ ହସ୍ପିଟାଲକୁ ବୃଦ୍ଧଙ୍କୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ଜୀବିତ ଥିବା ଘୋଷଣା କରିଥିଲେ। ହୃଦରୋଗରେ ପୀଡ଼ିତ ୮୦ ବର୍ଷିୟ ଦର୍ଶନ ସିଂହ ବ୍ରାର୍‌ ସମ୍ପ୍ରତି କରନାଲରେ ଚିକିତ୍ସାଧୀନ ଅଛନ୍ତି। କିନ୍ତୁ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟଜନକ ରହିଛି। ଏହି ଅଘଟଣକୁ ତାଙ୍କ ପରିବାର ଲୋକେ ଚମତ୍କାରୀ ବୋଲି କହିବା ସହିତ ଦର୍ଶନଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ