Masthead

ୟୁକ୍ରେନ ସୀମାରେ ରୁଷିଆର ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରୁଷିଆର ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ମିଳିଛି। କୁହାଯାଉଛି ଏହି ବିମାନଟି ୟୁକ୍ରେନ ସୀମା ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବିମାନରେ ଥିବା ୬୫ ଜଣ ଲୋକ ଥିବା ଜଣାଯାଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ବିମାନର ଦୁର୍ଘଟଣାକୁ ନିଶ୍ଚିତ କରିଛି। ସୂଚନା ଅନୁଯାୟୀ, ୟୁକ୍ରେନ ସୀମା ନିକଟ ବେଲଗୋରୋଡ ଅଞ୍ଚଳରେ ରୁଷିଆର ଇଲିୟୁସିନ -୭୬ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ରିପୋର୍ଟରେ କୁହାଯାଇଛି ଏହି ବିମାନରେ ୟୁକ୍ରେନ ଯୁଦ୍ଧ ବନ୍ଦୀମାନେ ଥିଲେ। ଯୁଦ୍ଧବନ୍ଦୀଙ୍କୁ ବିନିମୟ ପାଇଁ ବେଲଗୋରୋଡକୁ ନିଆଯାଉଥିଲା। ବିମାନଟି ମଧ୍ୟଭାଗରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ସମସ୍ତ ୟୁକ୍ରେନ ସୈନିକଙ୍କର ମୃତ୍ୟୁ ହୋଇଥିଲା। ୬ ଜଣ କ୍ରୁ ସଦସ୍ୟଙ୍କ ସହିତ ଦୁର୍ଘଟଣାଗ୍ରସ୍ତ ବିମାନରେ ତିନିଜଣ ଏସକର୍ଟ ମଧ୍ୟ ଥିଲେ। ଏହି ଦୁର୍ଘଟଣାରେ ସେମାନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେପଟେ କେମିତି ଦୁର୍ଘଟଣାଗ୍ରସ୍ତ ହେଲା ଋଷର ପରିବହନ ବିମାନ । କ୍ଷେପଣାସ୍ତ୍ର ମାଡ କରି କିଏ ଖସାଇଲା ବିମାନ ଏହାକୁ ନେଇ ବଢିଛି ବିତର୍କ ।

ୟୁକ୍ରେନ ସୀମାରେ ଘଟିଥିବା ଏହି ଦୁର୍ଘଟଣା ପଛରେ ୟୁକ୍ରେନ ସେନା ରହିଛି ବୋଲି ଋଷ ଦାବି କରୁଛି । ଅନ୍ୟପଟେ ଆରୋପକୁ ପ୍ରତ୍ୟାଖ୍ୟାନ କରି ଓଲଟା ଋଷ ଉପରେ ଦୋଷ ଲଦିଛି କ୍ରେମଲିନ । ରୁଷ-ୟୁକ୍ରେନ ସୀମା ବେଲଗୋରୋଡରେ ବିମାନଟି ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ୬୫ ଜଣ ୟୁକ୍ରେନର ଯୁଦ୍ଧବନ୍ଦୀ ଥିଲେ । ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଯୁଦ୍ଧବନ୍ଦୀଙ୍କ ସହ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୭୪ଜଣଙ୍କ ମୃତ୍ୟୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ