Masthead

ହୃଦଘାତ ଯୋଗୁଁ ଚଳନ୍ତା ବସ୍ ଡ୍ରାଇଭରଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ୫୦ ପର୍ଯ୍ୟଟକ 

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ହୃଦଘାତ ଯୋଗୁଁ ଚଳନ୍ତା ବସ୍ ଡ୍ରାଇଭରଙ୍କ ମୃତ୍ୟୁ । ଅଳ୍ପକେ ବର୍ତ୍ତିଲେ ୫୦ ପର୍ଯ୍ୟଟକ । ହୃଦଘାତରେ ଟଳିପଡିବା ପୂର୍ବରୁ ବସ୍କୁ ନିୟନ୍ତ୍ରଣ କରିଥିଲେ ଡ୍ରାଇଭର । ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କୋଲକାତାରୁ ପଞ୍ଚଲିଙ୍ଗେଶ୍ୱର ଆସୁଥିଲେ ପର୍ଯ୍ୟଟକ । ପାଟପୁର ପାଖରେ ଘଟିଛି ଏଭଳି ଅଘଟଣ । ଡ୍ରାଇଭର ଜଣକ ପଶ୍ଚିମବଙ୍ଗ ହାୱଡା ଅଞ୍ଚଳର ଶେଖ୍ ଅଖତର ବୋଲି ଜଣାପଡ଼ିଛି ।

ହାୱଡାରୁ ୭୦ଜଣ ପର୍ଯ୍ୟଟକଙ୍କୁ ନେଇ ନସ୍କର ଟ୍ରାଭେଲ୍ସର ଏକ ଭଲଭୋ ବସ୍ ଓଡ଼ିଶା ଆସିଥିଲା । ପଞ୍ଚଲିଙ୍ଗେଶ୍ୱର ପୀଠକୁ ଆସୁଥିବା ସମୟରେ ପୀଟପୁର ଛକ ନିକଟରେ ହଠାତ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗଡ଼ି ଯାଇଥିଲା । ବସ୍ ଡ୍ରାଇଭର ଜଣକ ହୃଦଘାତର ଶିକାର ହୋଇଥିଲେ । ବସଟିକୁ ତୁରନ୍ତ ରାସ୍ତାକଡ଼ରେ ଠିଆ କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରାଇଭରଙ୍କୁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଅଂଚଳର ଜଣେ ଡ୍ରାଇଭର ବସଟିକୁ ପଞ୍ଚଲିଙ୍ଗେଶ୍ୱର ପୀଠକୁ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ