Masthead

ଆଜିଠୁ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ ମ୍ୟାଚ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ୬ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାର ୱାଇଏସ ରାଜଶେଖର କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ପ୍ରଥମ ମ୍ୟାଚ ଜିତି ୧-୦ ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚରେ ପରାସ୍ତ ହେବାପରେ ଏହି ମୁକାବିଲାକୁ ଜିତି ସ୍ଥିତି ବରାବର କରିବା ଲାଗି ଉଦ୍ୟମ କରିବ ଟିମ୍ ଇଣ୍ଡିଆ। ପ୍ରଥମ ଟେଷ୍ଟରେ ଭାରତର ବ୍ୟାଟିଂ ବିଫଳତା ପାଇଁ ପରାଜୟ ବରଣ କରିଥିଲା।

ତେଣୁ ଆଜିଠୁ ଆରମ୍ଭ ହେଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ପ୍ରଥମ ମ୍ୟାଚ୍‌ରେ କରିଥିବା ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରିବ। ଅନ୍ୟପଟେ ଆହତ କାରଣରୁ ଦ୍ୱିତୀୟ ଟେଷ୍ଟ ଖେଳିବେନି ରବୀନ୍ଦ୍ର ଜାଡ଼େଜା ଏବଂ କେ.ଏଲ୍. ରାହୁଲ। ତେବେ ରାହୁଲଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍‌ ରଜତ ପାଟିଦର ଚୁଡ଼ାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି। ସେହିପରି ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ଭାରତୀୟ ଦଳକୁ ଆସିଥିବା ସର୍ଫରାଜ୍‌ ଖାନ୍‌ ମଧ୍ୟ ଖେଳିବାର ସମ୍ଭାବନା ରହିଛି। ସେପଟେ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଦଳକୁ ଫେରିଛନ୍ତି ଜିମି ଆଣ୍ଡ୍ରୁସନ୍‌।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ