Masthead

ଇଡି ନୁହେଁ, ସବୁ ପ୍ରଧାନମନ୍ତ୍ରୀ ଏବଂ ଅମିତ ଶାହାଙ୍କ ଦ୍ୱାରା କରାଯାଉଛି: ମନୋଜ ଝା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆପ୍ ବିଧାୟକଙ୍କୁ ବିଜେପି କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିବା ପରେ ମୁଖ୍ୟମନ୍ତ୍ରୀର ଅରବିନ୍ଦ କେଜରିୱାଲ ଏବଂ ଆତିଶି ମାର୍ଲେନା ଅଡୁଆରେ ପଡ଼ିଛନ୍ତି। ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଆପ ନେତା ଅରବିନ୍ଦ କେଜରିୱାଲ ଏବଂ ଆତିଶିଙ୍କୁ ଅଭିଯୋଗ ସମ୍ପର୍କରେ ନୋଟିସ ପଠାଇବା ପରେ ଆରଜେଡି ଏମପି ମନୋଜ ଝା ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି।

ସେ କହିଛନ୍ତି ମୁଁ ଏହାକୁ ନେଇ ବାରମ୍ବାର ଆପତ୍ତି ଉଠାଉଛି। ଏହା ଇଡି ନୁହେଁ, ଏସବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ଦ୍ୱାରା କରାଯାଉଛି। ଏଭଳି ଗୋଟିଏ ରାଜ୍ୟର ନାମ କହିପାରିବ ନାହିଁ ଯେଉଁଠାରେ ବିରୋଧୀ ଶକ୍ତିଶାଳୀ ଏବଂ ଇଡି, ସିବିଆଇ କିମ୍ବା ଆଇଟି ଦ୍ୱାରା ଚଢ଼ାଉ କରାଯାଇ ନାହିଁ । ଯେଉଁଠାରେ ବିଜେପି ଦୁର୍ବଳ, ସେଠାରେ ଇଡି ଶକ୍ତିଶାଳୀ ।

ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ ରବିବାର ଦିଲ୍ଲୀ ମନ୍ତ୍ରୀ ଆତିଶିଙ୍କ ବାସଭବନରେ ପହଞ୍ଚି ଅଭିଯୋଗ ସମ୍ପର୍କରେ ନୋଟିସ ଜାରି କରିଛି। ଏହାର ଗୋଟିଏ ଦିନ ପୂର୍ବରୁ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏକ ନୋଟିସ ପ୍ରଦାନ କରି ତାଙ୍କୁ ତିନି ଦିନ ମଧ୍ୟରେ ଜବାବ ଦେବାକୁ କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା