Masthead

ରାଜ୍ୟପାଳଙ୍କ ପରାମର୍ଶ, ସମସ୍ୟା ପାଇଁ ଫିଟିଲା ବାଟ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ଖରା ଦିନ ଆସିଲେ ଭୂତଲ ଜଳସ୍ତର କମି ଯାଏ ଆଉ ପାଣିର ନାହିଁ ନ ଥିବା ସମସ୍ୟା ଭୋଗନ୍ତି ଘାଟିପଡ଼ା ଲୋକେ। ହେଲେ ଏ ସମସ୍ୟା ଦୂର କରିବା ପାଇଁ ଗାଁ ଲୋକଙ୍କ ମନୋବଳ ବଢ଼ାଇଲା ମହାମହିମ ରାଜ୍ୟପାଳଙ୍କ ପରାମର୍ଶ । ରାଜ୍ୟପାଳଙ୍କ ପରାମର୍ଶରେ ଶ୍ରମଦାନ କଲେ ଗ୍ରାମବାସୀ । ରାଜ୍ୟପାଳଙ୍କ ପରାମର୍ଶ ମାନିଲେ। ସରକାରୀ ଯୋଜନାକୁ ଅପେକ୍ଷା ନ କରି ଗାଁ ଲୋକେ ମିଶି ଶ୍ରମ ଦାନ କଲେ ।

ଗାଁରେ ଥିବା ପାଣି ସମସ୍ୟାକୁ ଦୂର କରିବା ପାଇଁ ଭିଡ଼ିଲେ ଅଣ୍ଟା ନୂଆପଡା ଜିଲ୍ଲା କୋମନା ବ୍ଳକର ଘାଟିପଡା ଗ୍ରାମବାସୀ । କିଛି ଦିନ ତଳେ ଗାଁକୁ ଆସିଥିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ । ଗ୍ରାମବାସୀମାନେ ତାଙ୍କୁ ପାଣି ସମସ୍ୟା ବିଷୟରେ ଜଣାଇଥିଲେ । ପାହାଡ଼ର ପାଣି ନଷ୍ଟ ନ ହେଉ ସେଥିପାଇଁ ସରକାରୀ ଯୋଜନାକୁ ଅପେକ୍ଷା ନ କରି ପାଣିକୁ ସଂରକ୍ଷିତ ରଖିବା, ଭୂତଳ ଜଳ ସ୍ତର ବଢାଇବା ପାଇଁ ଟିସିବି ଖୋଲିବାକୁ ପରାମର୍ଶ ଦେଇଥିଲେ ମହାମହିମ ରାଜ୍ୟପାଳ। ବାସ୍ ରାଜ୍ୟପାଳଙ୍କ ସେହି ପରାମର୍ଶ ହିଁ ଗ୍ରାମବାସୀଙ୍କୁ ସମସ୍ୟାର ସମାଧାନ ପାଇଁ ବାଟ କାଢ଼ିଥିଲା।

ହାତରେ କୋଦାଲ ଫାଉଡା ଧରି ଯେ କେବଳ ଗାଁ ଲୋକେ ଶ୍ରମ ଦାନ କରୁଛନ୍ତି ତାହା ନୁହେଁ ବରଂ ତାଙ୍କର ମନୋବଳକୁ ଆହୁରି ବଢ଼ାଇବା ପାଇଁ ନିଜେ କୋମନା ବିଡ଼ିଓ ଓ ସ୍ଥାନୀୟ ସରପଞ୍ଚ ବି ଲାଗିପଡିଛନ୍ତି କାମରେ। ମନରେ ଗୋଟିଏ ଜିଦ ଏଥର ଖରା ଦିନେ ପାଣି ସମସ୍ୟାକୁ ଯେମିତି ହେଲେ ଦୂର କରିବୁ। ସରକାରୀ ବାବୁ ଆଉ ସରପଞ୍ଚଙ୍କ କାମ ଦେଖି ଲୋକେ ବି ଉତ୍ସାହିତ ହେଉଛନ୍ତି। ପ୍ରତ୍ୟେକ ରବିବାର ଲୋକେ ଆସିବେ ଆଉ ଭୂତଳ ଜଳ ସ୍ତର ବଢାଇବା ପାଇଁ କାମ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଭୂତଳ ଜଳ ସ୍ତର ବଢିବ । ପାଣି ସମସ୍ୟା ଦୂର ହେବ । ଏମିତି ମିଳିମିଶି କାମ କଲେ ପାଣି ସମସ୍ୟା ଯେ ନିଶ୍ଚୟ ଦୂର ହେବ ଏଥିରେ କୌଣସି ସନ୍ଦେହ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା