Masthead

ରାଜ୍ୟପାଳଙ୍କ ପରାମର୍ଶ, ସମସ୍ୟା ପାଇଁ ଫିଟିଲା ବାଟ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ଖରା ଦିନ ଆସିଲେ ଭୂତଲ ଜଳସ୍ତର କମି ଯାଏ ଆଉ ପାଣିର ନାହିଁ ନ ଥିବା ସମସ୍ୟା ଭୋଗନ୍ତି ଘାଟିପଡ଼ା ଲୋକେ। ହେଲେ ଏ ସମସ୍ୟା ଦୂର କରିବା ପାଇଁ ଗାଁ ଲୋକଙ୍କ ମନୋବଳ ବଢ଼ାଇଲା ମହାମହିମ ରାଜ୍ୟପାଳଙ୍କ ପରାମର୍ଶ । ରାଜ୍ୟପାଳଙ୍କ ପରାମର୍ଶରେ ଶ୍ରମଦାନ କଲେ ଗ୍ରାମବାସୀ । ରାଜ୍ୟପାଳଙ୍କ ପରାମର୍ଶ ମାନିଲେ। ସରକାରୀ ଯୋଜନାକୁ ଅପେକ୍ଷା ନ କରି ଗାଁ ଲୋକେ ମିଶି ଶ୍ରମ ଦାନ କଲେ ।

ଗାଁରେ ଥିବା ପାଣି ସମସ୍ୟାକୁ ଦୂର କରିବା ପାଇଁ ଭିଡ଼ିଲେ ଅଣ୍ଟା ନୂଆପଡା ଜିଲ୍ଲା କୋମନା ବ୍ଳକର ଘାଟିପଡା ଗ୍ରାମବାସୀ । କିଛି ଦିନ ତଳେ ଗାଁକୁ ଆସିଥିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ । ଗ୍ରାମବାସୀମାନେ ତାଙ୍କୁ ପାଣି ସମସ୍ୟା ବିଷୟରେ ଜଣାଇଥିଲେ । ପାହାଡ଼ର ପାଣି ନଷ୍ଟ ନ ହେଉ ସେଥିପାଇଁ ସରକାରୀ ଯୋଜନାକୁ ଅପେକ୍ଷା ନ କରି ପାଣିକୁ ସଂରକ୍ଷିତ ରଖିବା, ଭୂତଳ ଜଳ ସ୍ତର ବଢାଇବା ପାଇଁ ଟିସିବି ଖୋଲିବାକୁ ପରାମର୍ଶ ଦେଇଥିଲେ ମହାମହିମ ରାଜ୍ୟପାଳ। ବାସ୍ ରାଜ୍ୟପାଳଙ୍କ ସେହି ପରାମର୍ଶ ହିଁ ଗ୍ରାମବାସୀଙ୍କୁ ସମସ୍ୟାର ସମାଧାନ ପାଇଁ ବାଟ କାଢ଼ିଥିଲା।

ହାତରେ କୋଦାଲ ଫାଉଡା ଧରି ଯେ କେବଳ ଗାଁ ଲୋକେ ଶ୍ରମ ଦାନ କରୁଛନ୍ତି ତାହା ନୁହେଁ ବରଂ ତାଙ୍କର ମନୋବଳକୁ ଆହୁରି ବଢ଼ାଇବା ପାଇଁ ନିଜେ କୋମନା ବିଡ଼ିଓ ଓ ସ୍ଥାନୀୟ ସରପଞ୍ଚ ବି ଲାଗିପଡିଛନ୍ତି କାମରେ। ମନରେ ଗୋଟିଏ ଜିଦ ଏଥର ଖରା ଦିନେ ପାଣି ସମସ୍ୟାକୁ ଯେମିତି ହେଲେ ଦୂର କରିବୁ। ସରକାରୀ ବାବୁ ଆଉ ସରପଞ୍ଚଙ୍କ କାମ ଦେଖି ଲୋକେ ବି ଉତ୍ସାହିତ ହେଉଛନ୍ତି। ପ୍ରତ୍ୟେକ ରବିବାର ଲୋକେ ଆସିବେ ଆଉ ଭୂତଳ ଜଳ ସ୍ତର ବଢାଇବା ପାଇଁ କାମ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଭୂତଳ ଜଳ ସ୍ତର ବଢିବ । ପାଣି ସମସ୍ୟା ଦୂର ହେବ । ଏମିତି ମିଳିମିଶି କାମ କଲେ ପାଣି ସମସ୍ୟା ଯେ ନିଶ୍ଚୟ ଦୂର ହେବ ଏଥିରେ କୌଣସି ସନ୍ଦେହ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ