Masthead

ସେବାୟତ ଓ ସୁଆର ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ହୋଇ ନାହିଁ ପହୁଡ଼ ନୀତି

ପୁରୀ (ବଡ଼ ଖବର ବ୍ୟୁରୋ): ଗତକାଲି ଅର୍ଥାତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ ନୀତି ଅନୁଷ୍ଠିତ ହୋଇନାହିଁ। ସାରା ରାତି ଅନିଦ୍ରା ରହିଛନ୍ତି ମହାପ୍ରଭୁ। ସିଂହାରୀ ସେବାୟତ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ପହୁଡ ନୀତି ହୋଇନଥିବା ସୂଚନା ମିଳିଛି। ଗତକାଲି ପ୍ରଥମ ଭୋଗମଣ୍ଡପ ବାହାରିବା ପରେ ଭକ୍ତମାନେ ମହାପ୍ରସାଦ ପାଇଥିବା ବେଳେ ଦ୍ୱିତୀୟ ଭୋଗମଣ୍ଡପରେ ଭକ୍ତମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି।

ଗତକାଲି ୪.୩୫ରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଭିତରକାଠ ନିକଟରେ ରକ୍ତଛିଟା ପଡିଥିବାରୁ ବଡ ମହାସ୍ନାନ ହୋଇଥିଲା। ପ୍ରାୟ ରାତି ୮.୧୦ରେ ମହାସ୍ନାନ ପୂଜା ଶେଷ ହୋଇଥିବା ବେଳେ ପ୍ରାୟ ୩ ଘଣ୍ଟା ପରେ ଅର୍ଥାତ ରାତି ୧୧.୨୪ରେ ଦ୍ୱିତୀୟ ଭୋଗମଣ୍ଡପ ପୂଜା ବସି ୧୧.୩୦ରେ ଦ୍ୱିତୀୟ ଭୋଗମଣ୍ଡପ ପୂଜା ଶେଷ ହୋଇଥିଲା। ଅର୍ଥାତ ରାତି ୧୧.୩୦ରେ ଦ୍ୱିତୀୟ ଭୋଗମଣ୍ଡପରେ ପୁର୍ନବାର ମହାପ୍ରସାଦ ବାହାରିଥିବା ବେଳେ ଭକ୍ତମାନେ ବରାଦ ଦେଇଥିବା ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ।

ପରେ ରାତି ୨.୦୮ରେ ସଂଧ୍ୟାଧୂପ ପୂଜା ଶେଷ ହୋଇ ରାତି ୩.୦୮ରେ ଚନ୍ଦନଲାଗି ବେଶ ପରେ ଭୋର ୪.୧୨ରେ ବଡସିଂହାର ବେଶ ସମ୍ପର୍ଣ୍ଣ ହୋଇ ନୀତି ବନ୍ଦ ରହିଲା। ତେଵେ ମହାସ୍ନାନ ପୂଜାପରେ ପ୍ରାୟ ତିନିଘଣ୍ଟା ଧରି ସିଂହାରୀ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଦ୍ୱିତୀୟ ଭୋଗମଣ୍ଡପ ପୂଜା ବିଳମ୍ବରେ ଅନୁଷ୍ଠିତ ହେବାରୁ ମହାପ୍ରସାଦ ପାଇବାରୁ ଅନେକ ଭକ୍ତ ବଞ୍ଚିତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା