Masthead

ଶରଦ ପାୱାର ଗୋଷ୍ଠୀକୁ ମିଳିଲା ନୂଆ ନାଁ

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): ମଙ୍ଗଳବାର ନିର୍ବାଚନ କମିଶନ ଦୀର୍ଘ ଦିନ ଧରି ଲାଗି ରହିଥିବା ଦାଦା-ପୁତୁରା କଳିର ସମାଧାନ କରିଥିଲେ। ଅଜିତ ପାୱାରଙ୍କ ଏନ୍‌ସିପି ଗୋଷ୍ଠୀକୁ ଅସଲ ଏନ୍‌ସିପି ବୋଲି ଘୋଷଣା କରିଥିଲେ ନିର୍ବାଚନ କମିଶନ। କେବଳ ସେତିକି ନୁହେଁ, ଦଳର ନାଁ ଓ ଚିହ୍ନକୁ ମଧ୍ୟ ଅଜିତ ପାୱାରଙ୍କ ଦଳ ଶରଦ ପାୱାରଙ୍କ ଠାରୁ ଛଡାଇ ନେଇଥିଲା। ନିର୍ବାଚନ ଆୟୋଗଙ୍କଠାରୁ ଶରଦ ପାୱାର ଗୋଷ୍ଠୀ ଏକ ନୂଆ ନାମ ପାଇଛି।

ଏଣିକି ଶରଦ ପାୱାର ଦଳ ‘ଏନସିପି- ଶରଦ ଚନ୍ଦ୍ର ପାୱାର’ ନାଁରେ ପରିଚିତ ହେବ। ଏହାପୂର୍ବରୁ ଶରଦ ପାୱାର ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କୁ ସେମାନଙ୍କ ଦଳ ପାଇଁ ତିନୋଟି ନାମ ଏବଂ ନିର୍ବାଚନ ପ୍ରତୀକ ପାଇଁ ବିକଳ୍ପ ପରାମର୍ଶ ଦେଇଥିଲେ। ଶରଦ ପାୱାର ୧୯୯୯ରେ ଏନ୍‌ସିପି ପ୍ରତିଷ୍ଠା କରିଥିଲେ। ଗତ ବର୍ଷ ଜୁଲାଇରେ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଆଠଟି ଦଳର ବିଧାୟକଙ୍କ ସହ ଏକନାଥ ସିନ୍ଦେ ନେତୃତ୍ୱାଧୀନ ସରକାରରେ ଯୋଗ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ