Masthead

ଶ୍ରୀମନ୍ଦିର ଭିତରେ ଉଷୁନା ଚାଉଳ ପୁରାଇବା ଘଟଣାରେ ବିଜେପିର ପ୍ରତିବାଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଶ୍ରୀମନ୍ଦିର ଭିତରେ ଉଷୁନା ଚାଉଳ ପୁରାଇବାକୁ ନେଇ ପ୍ରତିବାଦ କରିଛି ବିଜେପି । ଓଡ଼ିଶାର ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସ ଉପରେ କୁଠାରାଘାତ କରିବା ସହିତ ପବିତ୍ର ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଧୂଳିସାତ କରିଛି ବିଜେଡି । ପରିକ୍ରମା ପ୍ରକଳ୍ପ ସମୟରେ ବିଜେଡି ତରଫରୁ ଯେଉଁଭଳି ଭାବରେ ଚାଉଳ ସଂଗ୍ରହ କରାଗଲା, ପରବର୍ତୀ ସମୟରେ ସେହି ବାରମିଶା ଚାଉଳ କାହିଁକି ସଂଗୃହିତ କରାଯାଉଛି ସେ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଗଜପତି ମହାରାଜା ସେହି ଚାଉଳ ସଂଗ୍ରହରେ ମନ୍ଦିର ପରିଚାଳନା ସମିତିର ସହମତି ନାହିଁ ବୋଲି ପ୍ରକାଶ କରିଥିଲେ ।

ବାରମିଶା ଚାଉଳକୁ ସରକାର ଏବେ ଶ୍ରୀମନ୍ଦିରରେ ମହାପ୍ରସାଦ ଆକାରରେ ଭୋଗ ଲଗାଉଛନ୍ତି । ଏହା ମନ୍ଦିର ପ୍ରଶାସନର ନିଦେ୍ର୍ଦଶରେ ହେଉଥିବାବେଳେ ହଜାର ହଜାର ବର୍ଷର ମନ୍ଦିର ନୀତି ଓ ପରମ୍ପରାକୁ ନଷ୍ଟ କରିଛି ଯାହାକୁ ଓଡ଼ିଶାର ଯୁବବର୍ଗ ଆଦୌ ବରଦାସ୍ତ କରିବେ ନାହିଁ । ବିଜେଡି ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ସାଢ଼େ ଚାରିକୋଟି ଓଡ଼ିଆଙ୍କ ଭାବାବେଗର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଯେଉଁ ରାଜନୀତି କରୁଛି ତାହାକୁ ଯୁବସମାଜ କଦାପି ବରଦାସ୍ତ କରିବେ ନାହିଁ ବୋଲି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି ।

ମନ୍ଦିର ପରମ୍ପରାର ବ୍ୟତିକ୍ରମ ଘଟାଇ “ଅର୍ପଣ ରଥ” ମାଧ୍ୟମରେ ନିଜର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଯେଉଁଭଳି ଭାବରେ ମହାପ୍ରଭୁଙ୍କୁ ସାଧନ କରି ଚାଉଳ ଏବଂ ଦକ୍ଷିଣା ଆଦାୟ କରାଯାଇଥିଲା । ଏହାକୁ ବିଜେପି ଯୁବମୋର୍ଚ୍ଚା ଘୋର ବିରୋଧ ଓ ପ୍ରତିବାଦ କରିବା ସହ ଭୁବନେଶ୍ୱରର ମାଷ୍ଟର କ୍ୟାଂଟିନଠାରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏଥିସହ ଯେଉଁ ବ୍ୟକ୍ତିମାନେ ଶ୍ରୀମନ୍ଦିର ଭିତରେ ଉଷୁନା ଚାଉଳ ପୂରାଇଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା