ମାଲେସିଆରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ଆତ୍ମହତ୍ୟା ନୁହେଁ ମାରି ଦିଆଯାଇଥିବା ଅଭିଯୋଗ

ବରୀ (ବଡ଼ ଖବର ବ୍ୟୁରୋ): ମୋ ପୁଅ ଆତ୍ମହତ୍ୟା କରିନାହିଁ, ତାକୁ କିଏ ମାରି ଆତ୍ମହତ୍ୟାର ରୂପ ଦେଉଛି । କଇଁ କଇଁ ହୋଇ କାନ୍ଦି କାନ୍ଦି ପୁଅକୁ ଫେରାଇ ଆଣିବାକୁ ଚିତ୍କାର କରୁଛି ମାଆ । ସେପଟେ ପୁଅର ମର ଶରୀର ଫେରାଇ ଆଣିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ବାପା। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ବରୀ ବ୍ଲକରୁ। ବରୀ ଥାନା ଅଧୀନ ସ୍ୱାଇଁଖଣ୍ଡ ପଞ୍ଚାୟତ କଳାଖଣ୍ଡ ଗ୍ରାମର ଜଗବନ୍ଧୁ ସାହୁଙ୍କ ପୁଅ ଜ୍ୟୋତିରଂଜନ ସାହୁ ।

ଦୀର୍ଘ ୬ ବର୍ଷ ଧରି ମାଲେସିଆର ଏକ ହୋଟେଲରେ ରହି କାମ କରି ଆସୁଥିଲେ। ଗତ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ଗାଁରେ ପହଞ୍ଚିବା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜ୍ୟୋତିରଂଜନ ରହୁଥିବା ରୁମରେ ବେଡସିଡ ସହାୟତାରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଯୋଗୁ ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କୁ ଖବର ମିଳିଛି। ଯାହାକୁ ଖଣ୍ଡନ କରିଛନ୍ତି ପରିବାର ଲୋକେ।

ତାଙ୍କ ପୁଅ କେବେ ଏମିତି କରିପାରିବ ନାହିଁ ବୋଲି କହିବା ସହ ତାକୁ କେହି ହତ୍ୟା କରି ଆତ୍ମହତ୍ୟା ରୂପ ଦେଉଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ସେପଟେ ଏ ନେଇ ମାଲେସିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣା ପଡ଼ିଛି। ଏ ନେଇ ତଦନ୍ତ ଜାରି ରହିଛି । ଏପଟେ ଗତ କାଲି ବରୀ ପୋଲିସ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି ମୃତ ଜ୍ୟୋତିରଂଜନଙ୍କ ଦାଦା।

ମୃତ୍ୟୁର ରହସ୍ୟ ଜାଣିବା ସହ ମର ଶରୀରକୁ ଗାଁକୁ ଆଣିବାକୁ ପ୍ରଶାସନ ପକ୍ଷରୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ। ଜ୍ୟୋତିରଞ୍ଜନଙ୍କ ମୃତ୍ୟୁ ଖବର ପାଇ ପୁରା ପରିବାର ଭାଙ୍ଗି ପଡ଼ିଛି । ପରିବାରର ବଡ଼ ପୁଅ ରୋଜଗାର କରି ବାପା ମାଆଙ୍କୁ ଦି ଓଳି ଦି ମୁଠା ଖାଇବାକୁ ଦେବାକୁ ପଣ କରିଥିବା ବେଳେ ଆଜି ତାର ମୃତ ଶରୀର ଗାଁ ମାଟିକୁ ଫେରାଇ ଆଣିବାକୁ ପ୍ରଶାସନକୁ ଗୁହାରି କରିଛି ପୁରା ପରିବାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ