Masthead

ମାଲେସିଆରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ଆତ୍ମହତ୍ୟା ନୁହେଁ ମାରି ଦିଆଯାଇଥିବା ଅଭିଯୋଗ

ବରୀ (ବଡ଼ ଖବର ବ୍ୟୁରୋ): ମୋ ପୁଅ ଆତ୍ମହତ୍ୟା କରିନାହିଁ, ତାକୁ କିଏ ମାରି ଆତ୍ମହତ୍ୟାର ରୂପ ଦେଉଛି । କଇଁ କଇଁ ହୋଇ କାନ୍ଦି କାନ୍ଦି ପୁଅକୁ ଫେରାଇ ଆଣିବାକୁ ଚିତ୍କାର କରୁଛି ମାଆ । ସେପଟେ ପୁଅର ମର ଶରୀର ଫେରାଇ ଆଣିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ବାପା। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ବରୀ ବ୍ଲକରୁ। ବରୀ ଥାନା ଅଧୀନ ସ୍ୱାଇଁଖଣ୍ଡ ପଞ୍ଚାୟତ କଳାଖଣ୍ଡ ଗ୍ରାମର ଜଗବନ୍ଧୁ ସାହୁଙ୍କ ପୁଅ ଜ୍ୟୋତିରଂଜନ ସାହୁ ।

ଦୀର୍ଘ ୬ ବର୍ଷ ଧରି ମାଲେସିଆର ଏକ ହୋଟେଲରେ ରହି କାମ କରି ଆସୁଥିଲେ। ଗତ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ଗାଁରେ ପହଞ୍ଚିବା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜ୍ୟୋତିରଂଜନ ରହୁଥିବା ରୁମରେ ବେଡସିଡ ସହାୟତାରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଯୋଗୁ ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କୁ ଖବର ମିଳିଛି। ଯାହାକୁ ଖଣ୍ଡନ କରିଛନ୍ତି ପରିବାର ଲୋକେ।

ତାଙ୍କ ପୁଅ କେବେ ଏମିତି କରିପାରିବ ନାହିଁ ବୋଲି କହିବା ସହ ତାକୁ କେହି ହତ୍ୟା କରି ଆତ୍ମହତ୍ୟା ରୂପ ଦେଉଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ସେପଟେ ଏ ନେଇ ମାଲେସିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣା ପଡ଼ିଛି। ଏ ନେଇ ତଦନ୍ତ ଜାରି ରହିଛି । ଏପଟେ ଗତ କାଲି ବରୀ ପୋଲିସ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି ମୃତ ଜ୍ୟୋତିରଂଜନଙ୍କ ଦାଦା।

ମୃତ୍ୟୁର ରହସ୍ୟ ଜାଣିବା ସହ ମର ଶରୀରକୁ ଗାଁକୁ ଆଣିବାକୁ ପ୍ରଶାସନ ପକ୍ଷରୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ। ଜ୍ୟୋତିରଞ୍ଜନଙ୍କ ମୃତ୍ୟୁ ଖବର ପାଇ ପୁରା ପରିବାର ଭାଙ୍ଗି ପଡ଼ିଛି । ପରିବାରର ବଡ଼ ପୁଅ ରୋଜଗାର କରି ବାପା ମାଆଙ୍କୁ ଦି ଓଳି ଦି ମୁଠା ଖାଇବାକୁ ଦେବାକୁ ପଣ କରିଥିବା ବେଳେ ଆଜି ତାର ମୃତ ଶରୀର ଗାଁ ମାଟିକୁ ଫେରାଇ ଆଣିବାକୁ ପ୍ରଶାସନକୁ ଗୁହାରି କରିଛି ପୁରା ପରିବାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା