Masthead

ଆଜିଠାରୁ ବିଜେପି ନେତାଙ୍କ ବାସଭବନକୁ ଘେରାଉ କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):କେନ୍ଦ୍ରର ସମସ୍ତ ଉଦ୍ୟମ ପରେ ବି ଥମୁନି ଚାଷୀ ଆନ୍ଦୋଳନ। ଜିଦରେ ଅଟଳ ଅନ୍ନଦାତା। ଆସନ୍ତା ୨୧ରୁ ପୁଣି ଦିଲ୍ଲୀ ଚଲୋ ଅଭିଯାନ ଡାକରା। ଆନ୍ଦୋଳନତ ଚାଷୀଙ୍କୁ ସରକାରଙ୍କ ପ୍ରସ୍ତାବ । ୪ଟି ଫସଲ ଉପରେ ୫ବର୍ଷର ଏମଏସପି ଗ୍ୟାରେଣ୍ଟିର ପ୍ରସ୍ତାବ ସରକାର ଦେଇଛନ୍ତି । ଚାଷୀ ସଂଗଠନ କହିଛନ୍ତି ଚାଲିଛି ବିଚାରବିମର୍ଶ । ୨ଦିନ ପରେ ସରକାରଙ୍କୁ ଦେବୁ ଜବାବ ।

୨୦ ତାରିଖ ସୁଦ୍ଧା ସମାଧାନ ନମିଳିଲେ ୨୧ରୁ ବିକ୍ଷୋଭ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ ।ଏମଏସପି ଗ୍ୟାରେଣ୍ଟି ନେଇ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଖାରଜ କରିଛନ୍ତି କୃଷକ ସଂଗଠନ। ୪ ଫସଲ ଉପରେ ଏମଏସପି ନେଇ ୫ ବର୍ଷର ଚୁକ୍ତି ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛନ୍ତି ଚାଷୀ ସଂଗଠନ। ସେପଟେ ଦାବି ପୂରଣ ଲାଗି ପଞ୍ଜାବ ଚାଷୀଙ୍କ ନୂଆ ତରିକା । ରାଜ୍ୟ ବିଜେପି ନେତାଙ୍କ ବାସଭବନକୁ ଆଜିଠାରୁ ଘେରାଉ କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା ।

କୃଷକ ନେତା ବଲବୀର ସିଂ ରାଜେଓ୍ବାଲଙ୍କ ଘୋଷଣା ଅନୁସାରେ ରାଜ୍ୟର ପ୍ରମୁଖ ବିଜେପି ନେତାଙ୍କ ବାସଭବନ ସମ୍ମୁଖରେ ଚାଷୀମାନେ ଘେରାଉ କରିବେ । ଏହା ସହ ଆଜିଠାରୁ ଆସନ୍ତା ୨୨ ତାରିଖ ଯାଏ ରାଜ୍ୟରେ ଥିବା ସମସ୍ତ ଟୋଲଗେଟକୁ ଟୋଲ ଫ୍ରି କରିଦିଆଯିବ । ୩୭ଟି ଚାଷୀ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ଘୋଷଣା କେନ୍ଦ୍ର ଉପରେ ଅଧିକ ଚାପ ପକାଇବା ଆଶା କରାଯାଉଛି । ତେଣେ କୃଷକ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଆସନ୍ତା ୨୨ ତାରିଖରେ ଦିଲ୍ଲୀରେ ବୈଠକ ବସିବ ବୋଲି ଘୋଷଣା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା