Masthead

ଛାତ୍ରବୃତ୍ତି ଦାବିରେ ରାମବାଗ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ବିକ୍ଷୋଭ

ଯାଜପୁର(ବଡ଼ ଖବର ବ୍ୟୁରୋ): ୫ଟିରୁ ବାଦ ପଡିଲା ଯାଜପୁର ଦଶରଥପୁର ବ୍ଲକ ତଳିହା ପଂଚାୟତରେ ଥିବା ରାମବାଗ ମହିଳା ମହାବିଦ୍ୟାଳୟ । କଲେଜକୁ ୫ଟିରେ ସାମିଲ କରି ନୂଆ ‘ଓ’ ଛାତ୍ର ବୃତ୍ତି ଯୋଜନାରେ ପିଲାଙ୍କୁ ୧୦ ହଜାର ପାଇବାରୁ ବଂଚିତ ନକରିବାକୁ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛନ୍ତି । ଶିକ୍ଷା ବୃତି ଆବେଦନର ଶେଷ ତାରିଖ ପାଖେଇ ଆସୁଥିବା ବେଳେ ଏଯାଏଁ ରାମବାଗ ମହିଳା ବିଦ୍ୟାଳୟକୁ ଫର୍ମ ମିଳିନାହିଁ।

ଆସନ୍ତା ୨୦ରୁ ୨୫ ତାରିଖ ସୁଦ୍ଧା ୯୫ ପ୍ରତଶତ ପିଲାଙ୍କୁ ବୃତି ମିଳିବ ବୋଲି ଘୋଷଣା ହୋଇଥିଲା । କିନ୍ତୁ କେଉଁ ଉଦ୍ଦେଶ୍ୟରେ ଏହି କଲେଜ କୁ ବଂଚିତ କରାଗଲା ତାହାର ପୁନଃ ବିଚାର କରି ଛାତ୍ରୀଙ୍କୁ ନୂଆ ଓ ଛାତ୍ରବୃତ୍ତିରେ ସାମିଲ କରିବାକୁ ଦାବି କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଶତାଧିକ ଛାତ୍ରୀଙ୍କୁ ବୃତ୍ତି ନମିଳିଲେ ଆନ୍ଦୋଳନ କରାଯିବ ବୋଲି କଲେଜ ଛାତ୍ରୀ ଓ ସମ୍ପାଦକ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ