Masthead

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମହିଳା ବିରୋଧୀ ନୀତି ଅଭିଯୋଗରେ ବିକ୍ଷୋଭ କରିବ ମହିଳା କଂଗ୍ରେସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ରାଜଧାନୀରେ କଂଗ୍ରେସର ବିଶାଳ ମହିଳା ସମାବେଶ। ଶକ୍ତି ପ୍ରଦର୍ଶନ କରିବେ କଂଗ୍ରେସ ମହିଳା। ଏଥିପାଇଁ ଭୁବନେଶ୍ୱର ଆସିଛନ୍ତି ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା । ତେବେ ସର୍ବଭାରତୀୟ ମହିଳା ସଭାନେତ୍ରୀ ହେବା ପରେ ପ୍ରଥମ ଥର ଲାଗି ଓଡ଼ିଶା ଆସିଛନ୍ତି ଅଳକା ଲାମ୍ବା । ଆଜି କଂଗ୍ରେସର ବିଶାଳ ମହିଳା ସମାବେଶରେ ସେ ଯୋଗଦେବେ ।

ସମସ୍ତ ସାଂଗଠନିକ ଜିଲ୍ଲାରୁ ହଜାର ହଜାର ମହିଳା ଏହି ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମହିଳା ବିରୋଧୀ ନୀତି ଅଭିଯୋଗରେ ରାଜରାସ୍ତାରେ ବିକ୍ଷୋଭ କରିବ ମହିଳା କଂଗ୍ରେସ । ସେପଟେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ଅଳକା ଲାମ୍ବା କହିଛନ୍ତି, ସଶକ୍ତୀକରଣ ନାଁରେ ଓଡ଼ିଶାରେ ମହିଳାଙ୍କୁ ପ୍ରତାରଣା କରାଯାଉଛି ।

ନିକଟରେ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି ଦଳୀୟ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ । ତାଙ୍କ ପରାମର୍ଶ ଅନୁଯାୟୀ ଓଡ଼ିଶାରେ ମହିଳା ଓ କଂଗ୍ରେସର ମହିଳା ନେତ୍ରୀମାନଙ୍କୁ ରଣନୀତି ସମ୍ପର୍କରେ ଅବଗତ କରାଯିବ ବୋଲି ଅଳକା ଲାମ୍ବା କହିଛନ୍ତି । ସେହିପରି ମହିଳା କଂଗ୍ରେସର ଓଡ଼ିଶା ଶାଖାର କାର୍ଯ୍ୟକାରିଣୀ ବୈଠକ ବସି ଏହାକୁ ପୁର୍ନଗଠନ କରାଯିବ ବୋଲି ସୂଚନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ