Masthead

ରାସ୍ତା ନାହିଁ ତ ଭୋଟ ନାହିଁ

ସାଲେପୁର (ବଡ଼ ଖବର ବ୍ୟୁରୋ): ଗାଁ ମୁଣ୍ଡରେ ବ୍ୟାନର ଟାଙ୍ଗି ଅଭିନବ ପ୍ରତିବାଦ କରୁଛନ୍ତି ଗ୍ରାମବାସୀ । ରାସ୍ତା ପାଇଁ ଛୋଟ ଠାରୁ ବଡ଼ ସମସ୍ତଙ୍କ ପ୍ରତିବାଦ । ଦୀର୍ଘ ଦିନ ହେବ ଭଲ ରାସ୍ତାଟିଏ ନଥିବାରୁ ଗମନାଗମନ ପାଇଁ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ୨୦ ରୁ ଅଧିକ ପରିବାର । ଜରୁରୀକାଳୀନ ସମୟରେ ଏହି ସାହିକୁ ଆସିପାରୁନି ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡି ।

ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଭୀମଦାସପୁର ପଞ୍ଚାୟତ ବୋଧସାରା ଗ୍ରାମ ୫ ନମ୍ବର ୱାର୍ଡରେ । ବର୍ଷା ଦିନରେ ଯିବା ଆସିବା ବଡ଼ କଷ୍ଟ ହେଉଛି । ଲୋକମାନେ ବାରମ୍ବାର ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧିମାନଙ୍କୁ ନିବେଦନ କରିବା ପରେ ବି ରାସ୍ତାଟିଏ ହୋଇ ପାରିଲା ନାହିଁ । ଯେଉଁଥିପାଇଁ ଗ୍ରାମବାସୀମାନେ ସଂକଳ୍ପ ନେଇଛନ୍ତି ସାଧାରଣ ନିର୍ବାଚନ ପୂର୍ବରୁ ଯଦି ରାସ୍ତା କାର୍ଯ୍ୟ ନ ହୁଏ ତାହା ହେଲେ ଏଥର ଭୋଟ ବର୍ଜନ କରିବେ ।

ଭୋଟ ବୁଥକୁ ଯିବେ ନାହିଁ କି ଭୋଟ ଦେବେନାହିଁ । ସେପଟେ ସରପଞ୍ଚ କହିଛନ୍ତି ବ୍ୟକ୍ତିଗତ ଜମି ଥିବାରୁ ରାସ୍ତା ହୋଇପାରୁନି । ଯଦି ଗ୍ରାମବାସୀ ସରକାର ନାମରେ ଜମି କରିଦିଅନ୍ତି ତାହା ହେଲେ ରାସ୍ତା କରିଦେବୁ। ସରକାର ଗମନାଗମନର ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଗ୍ରାମାଞ୍ଚଳରେ ତାହା କେତେ ଫଳପ୍ରଦ ହେଉଛି ବାସ୍ତବଚିତ୍ରରୁ ଅନୁମାନ ହେଉଛି । ତେବେ କେବେ ହେବ ଏହି ଗାଁ ରାସ୍ତା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା