Masthead

ରାସ୍ତା ନାହିଁ ତ ଭୋଟ ନାହିଁ

ସାଲେପୁର (ବଡ଼ ଖବର ବ୍ୟୁରୋ): ଗାଁ ମୁଣ୍ଡରେ ବ୍ୟାନର ଟାଙ୍ଗି ଅଭିନବ ପ୍ରତିବାଦ କରୁଛନ୍ତି ଗ୍ରାମବାସୀ । ରାସ୍ତା ପାଇଁ ଛୋଟ ଠାରୁ ବଡ଼ ସମସ୍ତଙ୍କ ପ୍ରତିବାଦ । ଦୀର୍ଘ ଦିନ ହେବ ଭଲ ରାସ୍ତାଟିଏ ନଥିବାରୁ ଗମନାଗମନ ପାଇଁ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ୨୦ ରୁ ଅଧିକ ପରିବାର । ଜରୁରୀକାଳୀନ ସମୟରେ ଏହି ସାହିକୁ ଆସିପାରୁନି ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡି ।

ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଭୀମଦାସପୁର ପଞ୍ଚାୟତ ବୋଧସାରା ଗ୍ରାମ ୫ ନମ୍ବର ୱାର୍ଡରେ । ବର୍ଷା ଦିନରେ ଯିବା ଆସିବା ବଡ଼ କଷ୍ଟ ହେଉଛି । ଲୋକମାନେ ବାରମ୍ବାର ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧିମାନଙ୍କୁ ନିବେଦନ କରିବା ପରେ ବି ରାସ୍ତାଟିଏ ହୋଇ ପାରିଲା ନାହିଁ । ଯେଉଁଥିପାଇଁ ଗ୍ରାମବାସୀମାନେ ସଂକଳ୍ପ ନେଇଛନ୍ତି ସାଧାରଣ ନିର୍ବାଚନ ପୂର୍ବରୁ ଯଦି ରାସ୍ତା କାର୍ଯ୍ୟ ନ ହୁଏ ତାହା ହେଲେ ଏଥର ଭୋଟ ବର୍ଜନ କରିବେ ।

ଭୋଟ ବୁଥକୁ ଯିବେ ନାହିଁ କି ଭୋଟ ଦେବେନାହିଁ । ସେପଟେ ସରପଞ୍ଚ କହିଛନ୍ତି ବ୍ୟକ୍ତିଗତ ଜମି ଥିବାରୁ ରାସ୍ତା ହୋଇପାରୁନି । ଯଦି ଗ୍ରାମବାସୀ ସରକାର ନାମରେ ଜମି କରିଦିଅନ୍ତି ତାହା ହେଲେ ରାସ୍ତା କରିଦେବୁ। ସରକାର ଗମନାଗମନର ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଗ୍ରାମାଞ୍ଚଳରେ ତାହା କେତେ ଫଳପ୍ରଦ ହେଉଛି ବାସ୍ତବଚିତ୍ରରୁ ଅନୁମାନ ହେଉଛି । ତେବେ କେବେ ହେବ ଏହି ଗାଁ ରାସ୍ତା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ