Masthead

‘ଚନ୍ଦ୍ରମଣି ସ୍ୱାଇଁଙ୍କୁ ଗିରଫ କରାଯାଉ’

ବ୍ରଜରାଜନଗର (ବଡ଼ ଖବର ବ୍ୟୁରୋ): ବ୍ରଜରାଜନଗର ବିଜେଡିରେ ଫାଟ । ନିର୍ବାହୀ ଅଧିକାରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବ୍ରଜରାଜନଗର ପୌର ଅଧ୍ୟକ୍ଷ ଯଜ୍ଞାଶିନୀ ଓରାମ । ନିର୍ବାହୀ ଅଧରକାରୀ ଚନ୍ଦ୍ରମଣି ସ୍ୱାଇଁ ଧମକ ଦେଉଥିବା ଅଭିଯୋଗ । ଚନ୍ଦ୍ରମଣି ସ୍ୱାଇଁ ସବୁ କାର୍ଯ୍ୟରେ ପିସି ନେଉଥିବା ଅଭିଯୋଗ କରିଛନ୍ତି ଯଜ୍ଞାଶିନୀ । ଚନ୍ଦ୍ରମଣି ସ୍ୱାଇଁଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି ଯଜ୍ଞାଶିନୀ ଓରାମ ।

ଯଜ୍ଞାଶିନୀ ଓରାମ ବ୍ରଜରାଜନଗର ନିର୍ବାହୀ ଅଧିକାରୀ ତଥା ଭାଇସ ଚେୟାରମେନ ଗୋପାଳ ସିତାନିଙ୍କ ଉପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନେକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଯଜ୍ଞାସିନୀ ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ଦ୍ଵାରା ତାଙ୍କୁ ଧମକ ଦେଇ ଗୁଣ୍ଡା ପଠାଇବାର ଅଭିଯୋଗ କରିଛନ୍ତି । ଶ୍ରୀମତୀ ଓରାମଙ୍କ କହିବା ଅନୁସାରେ ଚନ୍ଦ୍ରମଣି ସ୍ୱାଇଁ ଗୋଟିଏ ଏସଟି ମହିଳାକୁ ଅପମାନ କରିଛନ୍ତି ।

ବିଗତ କିଛି ବର୍ଷ ଭିତରେ ବ୍ରଜରାଜନଗର ପୌର ପରିଷଦରେ ଯାହା କାମ ହେଇଛି ସବୁ କାମର ତଦନ୍ତ କରାଯାଉ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଦାବି କରିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କହିଛନ୍ତି ଯଜ୍ଞାସିନୀ । ନିର୍ବାହୀ ଅଧିକାରୀକୁ ତୁରନ୍ତ ସ୍ଥାନ୍ତରିତ କରି ତାଙ୍କୁ ଗିରଫ କରାଯିବା ସହ ଦୁର୍ନୀତିର ତଦନ୍ତ କରାଯାଉ ବୋଲି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼