Masthead

ଲୋକାର୍ପିତ ହେଲା ଦେଶର ସବୁଠୁ ଦୀର୍ଘ କେବୁଲ ବ୍ରିଜ୍, ଖର୍ଚ୍ଚ ହୋଇଛି ୯୮୦ କୋଟି

 

ଗୁଜରାଟ(ବଡ଼ ଖବର ବ୍ୟୁରୋ): ଗୁଜରାଟରେ ଲୋକାର୍ପିତ ହେଲା ସୁଦର୍ଶନ ସେତୁ । ଦେଶର ସବୁଠୁ ଦୀର୍ଘ କେବୁଲ ବ୍ରିଜର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ । ୨.୩୨ କିମି ଦୀର୍ଘର କେବୁଲ ବ୍ରିଜ୍‌ର ଲୋକାର୍ପଣ ଦ୍ୱାରକାରୁ ଓଖାକୁ ସଂଯୋଗ କରୁଛି ସୁଦର୍ଶନ ସେତୁ । ସେତୁ ନିର୍ମାଣ ପାଇଁ ପ୍ରାୟ ୯୮୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ପୋଲଟି ପୁରାତନ ଓ ଆଧୁନିକ ଦ୍ବାରକାକୁ ପରସ୍ପର ସହିତ ସଂଯୋଗ କରିବ । ଦ୍ବାରକା ଜିଲ୍ଲାରେ ୨୧ଟି ଭୂଖଣ୍ଡ ରହିଥିବା ବେଳେ ବେଟ ଦ୍ବାରକା ଦ୍ବୀପରେ ଜନବସତି ରହିଛି ।

ଏଠାରେ ପ୍ରାୟ ୧୨ ହଜାର ଲୋକ ବାସ କରନ୍ତି । କିମ୍ବଦନ୍ତୀ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ବେଟ ଦ୍ବାରକାରେ ବସବାସ କରୁଥିଲେ । ଏହାବାଦ ଏଠାରେ ମହାବୀର ହନୁମାନ ଓ ତାଙ୍କ ପୁତ୍ର ମକରଧ୍ବଜଙ୍କ ମନ୍ଦିର ମଧ୍ୟ ରହିଛି । ବିଶ୍ବର ଏହା ଏକମାତ୍ର ସ୍ଥାନ ଯେଉଁଠି ରହିଛି ମକରଧ୍ବଜଙ୍କ ମନ୍ଦିର । ପୂର୍ବରୁ ଏହି ସ୍ଥାନକୁ ପର୍ୟ୍ୟଟକମାନେ ନୌକା ମାଧ୍ୟମରେ ଏଠାକୁ ଆସୁଥିଲେ । ତେବେ ପର୍ୟ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୮୦ କୋଟି ଟଙ୍କା ବ୍ୟୟରେ ଏହି ସୁଦର୍ଶନ ସେତୁ ନିର୍ମାଣ ଲାଗି ଘୋଷଣା କରିଥିଲେ । ଏହି ସେତୁର ନିର୍ମାଣ କାର୍ୟ୍ୟ ଶେଷ ହେବାକୁ ୭ ବର୍ଷ ଲାଗିଥିବା ବେଳେ ଆଜି ମୋଦି ଏହାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ