ଯୌତୁକ ଦାବିରେ ବୋହୂକୁ ମରାଣାନ୍ତକ ଆକ୍ରମଣ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଯୌତୁକ ଦାବି କରି ବୋହୂକୁ ମରଣାନ୍ତକ ଆକ୍ରମଣ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘଣ୍ଟଶ୍ଵର ଫାଣ୍ଡିରେ ପୁଅ ବୋହୂ । ୮ମାସର ଶିଶୁକୁ ଉଦ୍ଧାର କରି ମାଆକୁ ଜିମାଦେଲା ଘଣ୍ଟଶ୍ଵର ପୋଲିସ । ଯୌତୁକ ନେବା ଏବଂ ଦେବା ଏକ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ଏହାକୁ ମାନୁ ନାହାନ୍ତି କିଛି ପରିବାର ଲୋକେ । ବୋହୂକୁ ନିର୍ଯାତନା ଦେବା ସହିତ ଜୀବନରୁ ମାରି ଦେବାକୁ ପଛାଉ ନଥିବା ଦେଖିବାକୁ ମିଳିଛି।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅଧିନ ଗୋପିନାଥପୁର ପଞ୍ଚାୟତ ହରିଚନ୍ଦନ ପୁର ଗ୍ରାମରେ । ସୁରେନ୍ଦ୍ରନାଥ ଏବଂ ତାଙ୍କ ବିବାହିତ ଝିଅ ଆଜକୁ ଦୀର୍ଘମାସ ଧରି ନିଜ ବୋହୂ ଲିପି ନାଥଙ୍କୁ ଯୌତୁକ ଏବଂ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିଲେ। ଏବିଷୟରେ ପୁଅ ବିରୋଧ କରିବାରୁ ନିଜ ପୁଅକୁ ମାରିବାକୁ ପଛାଉ ନାହାନ୍ତି ପରିବାର ଲୋକେ।

ଗତକାଲି ପୁଅ ବୋହୂ ଘରେ ଥିବା ବେଳେ ଶ୍ୱଶୁର ଶାଶୁ ଏବଂ ନଣଦ ମିଶି ପୁଅ ବୋହୂକୁ ମାଡମାରିବା ସହିତ ୮ମାସର ଶିଶୁକୁ ଛଡାଇ ନେଇଥିଲେ । ଏନେଇ ପୁଅ ଶ୍ରୀକାନ୍ତ ନିଜ ସ୍ତ୍ରୀକୁ ଧରି ଘଣ୍ଟେଶ୍ୱର ଫାଣ୍ଡିରେ ଆଶ୍ରୟ ନେଇଥିଲେ । ଘଣ୍ଟେଶ୍ଵର ପୋଲିସ ଘଟଣାସ୍ଥଳରେ ପହଞ୍ଚି ୮ମାସର ଶିଶୁକୁ ଉଦ୍ଧାର କରିବା ସହିତ ଆମ୍ବୁଲାନ୍ସ ଯୋଗେ ମେଡିକାଲ ସ୍ଥାନାନ୍ତର କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ