Masthead

ଯୌତୁକ ଦାବିରେ ବୋହୂକୁ ମରାଣାନ୍ତକ ଆକ୍ରମଣ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଯୌତୁକ ଦାବି କରି ବୋହୂକୁ ମରଣାନ୍ତକ ଆକ୍ରମଣ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘଣ୍ଟଶ୍ଵର ଫାଣ୍ଡିରେ ପୁଅ ବୋହୂ । ୮ମାସର ଶିଶୁକୁ ଉଦ୍ଧାର କରି ମାଆକୁ ଜିମାଦେଲା ଘଣ୍ଟଶ୍ଵର ପୋଲିସ । ଯୌତୁକ ନେବା ଏବଂ ଦେବା ଏକ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ଏହାକୁ ମାନୁ ନାହାନ୍ତି କିଛି ପରିବାର ଲୋକେ । ବୋହୂକୁ ନିର୍ଯାତନା ଦେବା ସହିତ ଜୀବନରୁ ମାରି ଦେବାକୁ ପଛାଉ ନଥିବା ଦେଖିବାକୁ ମିଳିଛି।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅଧିନ ଗୋପିନାଥପୁର ପଞ୍ଚାୟତ ହରିଚନ୍ଦନ ପୁର ଗ୍ରାମରେ । ସୁରେନ୍ଦ୍ରନାଥ ଏବଂ ତାଙ୍କ ବିବାହିତ ଝିଅ ଆଜକୁ ଦୀର୍ଘମାସ ଧରି ନିଜ ବୋହୂ ଲିପି ନାଥଙ୍କୁ ଯୌତୁକ ଏବଂ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିଲେ। ଏବିଷୟରେ ପୁଅ ବିରୋଧ କରିବାରୁ ନିଜ ପୁଅକୁ ମାରିବାକୁ ପଛାଉ ନାହାନ୍ତି ପରିବାର ଲୋକେ।

ଗତକାଲି ପୁଅ ବୋହୂ ଘରେ ଥିବା ବେଳେ ଶ୍ୱଶୁର ଶାଶୁ ଏବଂ ନଣଦ ମିଶି ପୁଅ ବୋହୂକୁ ମାଡମାରିବା ସହିତ ୮ମାସର ଶିଶୁକୁ ଛଡାଇ ନେଇଥିଲେ । ଏନେଇ ପୁଅ ଶ୍ରୀକାନ୍ତ ନିଜ ସ୍ତ୍ରୀକୁ ଧରି ଘଣ୍ଟେଶ୍ୱର ଫାଣ୍ଡିରେ ଆଶ୍ରୟ ନେଇଥିଲେ । ଘଣ୍ଟେଶ୍ଵର ପୋଲିସ ଘଟଣାସ୍ଥଳରେ ପହଞ୍ଚି ୮ମାସର ଶିଶୁକୁ ଉଦ୍ଧାର କରିବା ସହିତ ଆମ୍ବୁଲାନ୍ସ ଯୋଗେ ମେଡିକାଲ ସ୍ଥାନାନ୍ତର କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା