Masthead

ଚୁଡାପାଲି ଆଦିବାସୀ ହଷ୍ଟେଲରେ ଛାତ୍ର ଅସୁରକ୍ଷିତ

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ଚୁଡାପାଲି ଆଦିବାସୀ ହଷ୍ଟେଲରେ ଛାତ୍ର ଅସୁରକ୍ଷିତ । ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥା ଢ଼ିଲା । ଆଦିବାସୀ ହଷ୍ଟେଲରୁ ଜଣକ ପରେ ଜଣେ ଛାତ୍ର ଫେରାର୍ ମାରୁଛନ୍ତି । ଏପରିକି ସପ୍ତାହ ମଧ୍ୟରେ ତିନି ଜଣ ଛାତ୍ର ହଷ୍ଟେଲରୁ ପଳାଇଥିବା ଜଣାପଡିଛି । ଗତକାଲି ହଷ୍ଟେଲର ଜଣେ ଛାତ୍ର ଚାଲି ଚାଲି ଘରକୁ ଯାଉଥିଲା । ଚୁଡାପାଲିରୁ ୨୦ କିମି ଚାଲି ଚାଲି ପାଟଣାଗଡରେ ପହଞ୍ଚି ଥିଲା ଛାତ୍ର ଜଣକ ହେଲେ ମେଟ୍ରିକ୍ ଶ୍ରେଣୀର ପିଲା ତାଙ୍କୁ ପିଟାମରା କରିବା ସହ ତାଙ୍କଠାରୁ ଶହେ ଟଙ୍କା ମଧ୍ୟ ନେଇଯାଇଥିଲେ ।

ବଡ ପିଲାଙ୍କ ନିର୍ଯାତନା ସହି ନ ପାରି ଛାତ୍ର ଜଣକ ହଷ୍ଟେଲରୁ ଘରକୁ ଯାଉଥିଲା । ଏନେଇ କର୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି । ପିଲାଙ୍କ ନିର୍ଯାତନା ସହି ନ ପାରି ଛାତ୍ର ଜଣକ ଘରକୁ ପଲାଉ ଥିଲା । ହେଲେ ପୋଲିସ ତାଙ୍କୁ ଉଦ୍ଧାର କରି ହଷ୍ଟେଲ୍ ଅଧୀକ୍ଷକ ଓ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ଛାତ୍ର ଜଣକ ନଜଣାଇ ଚାଲି ଯାଇଥିବା କହିଛନ୍ତି ହଷ୍ଟେଲ୍ ଅଧିକ୍ଷକ ଜଗଦୀଶ ଶବର ।

ହେଲେ ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥା କଥାକୁ ସେ ସ୍ୱୀକାର କରିଛନ୍ତି । ସେପଟେ ଘଟଣାର ତଦନ୍ତ କରାଯିବ ବୋଲି ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଠି ପ୍ରଶ୍ନ ଉଠୁଛି ସବୁ ସୁବିଧା ସତ୍ତ୍ୱେ ପିଲେ କାହିଁକି ହଷ୍ଟେଲରୁ ଫେରାର୍ ମାରୁଛନ୍ତି । ହଷ୍ଟେଲରେ ନିର୍ଯାତନା ନା ରହିଛି ଅନ୍ୟ କିଛି କାରଣ ସେ ଉପରେ ତଦନ୍ତ ହେବା ନିହାତି ଜରୁରୀ । କିନ୍ତୁ ଛାତ୍ର ସୁରକ୍ଷା ଢ଼ିଲା ପାଇଁ ହଷ୍ଟେଲ ଅଧୀକ୍ଷକଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ସେ ଉପରେ ସମସ୍ତଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ