Masthead

ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ । କୃଷକ ସଂଘର୍ଷ ସମିତି ପକ୍ଷରୁ ରୁଗୁଡ଼ିଖାଲ ଠାରେ ଚାଷୀଙ୍କ ରାସ୍ତାରୋକ । ସୁକତେଲ ପ୍ରକଳ୍ପରୁ ଆଗଲପୁର ବ୍ଲକକୁ ଜଳସେଚନ ସହ ବିଭିନ୍ନ ଦାବି ନେଇ ଏହି ଆନ୍ଦୋଳନ କରିଛିନ୍ତି ଚାଷୀ । ଦୀର୍ଘ ସମୟ ଧରି ରାସ୍ତାରୋକ ଯୋଗୁ ରାସ୍ତାର ଉଭୟ ପାର୍ଶ୍ବରେ ଗାଡିମଟର ଅଟକି ରହିଥିଲା । ସେମାନଙ୍କ ଅଭିଯୋଗ ଶୁକତେଲ ପ୍ରକଳ୍ପର ବାମ କେନାଲରେ ୫୫ ପ୍ରତିଶତ ଓ ଡାହାଣ କେନାଲରେ ୪୫ ପ୍ରତିଶତ ପାଣି ଛଡା ଯିବାର ଯୋଜନା ରହିଥିଲା ।

ପରେ ବାମରୁ ୩୦ ପ୍ରତିଶତ ଓ ଡ଼ାହାଣ କେନାଲରୁ ୭୦ ପ୍ରତିଶିତ ଜଳସେଚନ ପାଇଁ ବିଭାଗ ଯୋଜନା ରଖିଛି । ଏହାଦ୍ୱାରା ଆଗଲପୁର ବ୍ଲକର ୫ ଟି ପଞ୍ଚାୟତ ଜଳସେଚନ ସୁବିଧାରୁ ବାଦ ପଡିବ । ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ଏବଂ ଆଗାମୀ ଦିନରେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଜୋରଦାର କରାଯିବାକୁ ଚେତାବନୀ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ