ଚିକିତ୍ସା ଅବହେଳା ଶିଶୁର ମୃତ୍ୟୁ ଅଭିଯୋଗ

ଲକ୍ଷ୍ମୀପୁର (ବଡ଼ ଖବର ବ୍ୟୁରୋ): ଚିକିତ୍ସା ଅବହେଳା ଶିଶୁର ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକେ । ମେଡିକାଲରେ ଧାରଣା । କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅଧିନସ୍ଥ ଗତିଗୁଡ଼ା ଗ୍ରାମ ସୁକଦେବ ବିଡିକାଙ୍କ ୯ ବର୍ଷ ପୁଅ ଆଏଲ୍ ବିଡିକା ଗତ କିଛି ଦିନ ତଳେ ଜ୍ୱରରେ ପୀଡ଼ିତ ହୋଇଥିବାରୁ ନାରାୟଣପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଶିଶୁଟିକୁ ପ୍ରାଥମିକ ଚିକିତ୍ସା କରି ଘରକୁ ଛାଡ଼ିଦେଇ ଥିଲେ। ରାତ୍ରରେ ଶିଶୁର ଜ୍ୱର ବିଲକୁଲ କମି ନଥିବାରୁ ପୁନର୍ବାର ଗୁରୁବାର ଦିନ ସକାଳେ ନାରାୟଣପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସେଠାରେ ରକ୍ତ ପରୀକ୍ଷା କରିବାରୁ ଆଏଲ୍ ବିଡିକାକୁ ମ୍ୟାଲେରିଆ ହୋଇଥିବା ଜଣାପଡ଼ିଥିଲା କିନ୍ତୁ ପୂର୍ବ ଦିନରେ ପରୀକ୍ଷା କରିଥିଲେ ପୁଅ ବଞ୍ଚିଯାଇ ଥାଆନ୍ତା ବୋଲି ବାପା ଅଭିଯୋଗ ଆଣିଛନ୍ତି । ତେବେ ଡାକ୍ତରଙ୍କ ଅବହେଳା ପାଇଁ ଏଭଳି ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଚିକିତ୍ସା ଅବସ୍ଥାରେ ଅକ୍ସିଜନ୍ ନଦେଇ ଡ଼ାକ୍ତର ଜାଣିଶୁଣି ମାରିଦେଇଥିବା ଅଭିଯୋଗ ହୋଇଛି । ମେଡ଼ିକାଲରେ ଛାପା ଉତେଜନା ଲାଗି ରହିଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ନାରାୟଣପାଟଣା ଥାନା ପୋଲିସ୍ ପହଞ୍ଚି ଘଟଣା ଉପରେ ନଜର ରଖିଥିବା ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ