Before Header

ଏପଟେ ବାହାଘର, ସେପଟେ ପରିବାର ଲୋକ କରୁଛନ୍ତି ଝିଅର ଶୁଦ୍ଧିକ୍ରିୟା

0 228

ରାଜକନିକା (ବଡ଼ ଖବର ବ୍ୟୁରୋ): ଗୋଟାଏ ପଟେ ଝିଅ ମନ୍ଦିରରେ ପ୍ରେମ ବିବାହ କରି ତାର ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ପରିଚୟ ଦେଉଥିବା ବେଳେ ଅନ୍ୟ ପଟେ ଦୁଇଶହ ମିଟର ଦୂରରେ ଝିଅକୁ ଶୁଦ୍ଧି ହେଲେ ପରିବାର ଲୋକ। ଗୌଡ଼ପାଟଣା ମୈାଜାର ରାଜେନ୍ଦ୍ର ଓ ଦିପାଞ୍ଜଳିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ ଏହାକୁ ବିରୋଧ କରୁଥିଲେ ଯୁବତୀଙ୍କ ପରିବାର । ପରିବାରର ବିରୋଧ ପରେ ଉଭୟ ମନ୍ଦିରରେ ବିବାହ କରିଥିଲେ । ବିବାହରେ ଯୁବକଙ୍କ ପରିବାର ସାମିଲ ହୋଇଥିବା ବେଳେ ସେପଟେ ଝିଅର ପରିବାର ଲୋକ ଶୁଦ୍ଧି ହୋଇଛନ୍ତି । ଗୋଟିଏ ପଟେ ପୁଅ ଘରେ ଭୋଜି ଭାତ ଚାଲିଥିବାବେଳେ ୨୦୦ ମିଟର ଦୂରରେ ଝିଅ ଘରେ ଚାଲିଥିଲା ଶୁଦ୍ଧିକ୍ରିୟା । ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.