Masthead

ପୁଣି ଚାଷୀଙ୍କ ରଣହୁଙ୍କାର, ୧୦ରେ ରେଳରୋକ ଆନ୍ଦୋଳନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପଞ୍ଜାବ-ହରିୟାଣା ସୀମାରେ ଧାରଣା ଦେଇଥିବା ଚାଷୀ ପୁଣିଥରେ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଦାବି ପୂରଣ ହୋଇ ନାହିଁ । କି ଦାବି ପୂରଣ କରିବା ନେଇ କୌଣସି ପଦକ୍ଷେପ ନେଇ ନାହାନାହାନ୍ତି । ଯାହାକୁ ନେଇ ପୁଣି ତାତିଛନ୍ତି ଚାଷୀ । ଆସନ୍ତା ୬ ତାରିଖରେ ଦିଲ୍ଲୀରେ ବିକ୍ଷୋଭ କରିବେ ବୋଲି କହିଛନ୍ତି। ଦେଶର ପ୍ରତ୍ୟେକ ଭାଗରୁ ଚାଷୀମାନେ ‘ଦିଲ୍ଲୀ ଚଲୋ’ ଅଭିଯାନରେ ସାମିଲ ହୋଇ ଏହି ଦିନ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚାଷୀ ସଂଗଠନ ନେତା ଜଗଜିତ୍‌ ସିଂ ଦାଲେୱାଲ କହିଛନ୍ତି।

ଏହାକୁ ଦୃଷ୍ଟିରେ ରଖୀ ବର୍ତ୍ତମାନ ପଞ୍ଜାବ ସୀମାରେ ଆହୁରି ଅଧିକ ସଂଖ୍ୟକ ଚାଷୀଙ୍କୁ ଏକାଠି ହେବାକୁ କୁହାଯାଇଥିବା ସେ କହିଛନ୍ତି। ମାର୍ଚ୍ଚ ୬ରେ ଦିଲ୍ଲୀ ଚଲୋ ଅଭିଯାନ ବ୍ୟତୀତ ୧୦ ତାରିଖରେ ସାରା ଦେଶରେ ରେଳ ରୋକ ଆନ୍ଦୋଳନ ମଧ୍ୟ କରାଯିବ ବୋଲି ଦାଲେୱାଲ କହିଛନ୍ତି। ଦିନ ୧୨ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଦେଶର ସମସ୍ତ ଭାଗରେ ଚାଷୀମାନେ ରେଳ ରୋକୋ ଆନ୍ଦୋଳନରେ ସାମିଲ ହେବେ। ୬ରେ ଦିଲ୍ଲୀ ଅଭିଯାନ ପାଇଁ ରେଳ, ବସ୍‌ ଏବଂ ଟ୍ରାକ୍ଟରରେ ବିଭିନ୍ନ ସ୍ଥାନରୁ ଆସି ଚାଷୀମାନେ ଦିଲ୍ଲୀ ସୀମାରେ ଏକାଠି ହେବେ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ