Masthead

କାର୍ତ୍ତିକ ମାସର ପ୍ରଥମ ସୋମବାର ଭକ୍ତ ଭଗବାନଙ୍କ ମଧ୍ଯରେ କରୋନା ବାଧା ।

ଆଠଗଡ଼,(ବଡ଼ ଖବର ବ୍ୟୁରୋ):

ଆଜି ହେଉଛି ପବିତ୍ର ଧର୍ମ ମାସ କାର୍ତ୍ତିକ ।ମାସର ପ୍ରଥମ ସୋମବାର ଆଠଗଡ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ମହାନଦୀ ଗର୍ଭରେ ଅବସ୍ଥିତ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ପୀଠ ଭକ୍ତବୀଯୁକ୍ତ ହୋଇପଡିଛି।କେବଳ ପରମ୍ପରା ଓ ବିଧିରକ୍ଷା କରିବାକୁ ଯାଇ ପୂର୍ବ ରୀତିନୀତି ଅନୁଯାୟୀ କିଛି ସେବାୟତଙ୍କ ଦ୍ବାରା ଆଜି ପ୍ରଭୁଙ୍କ ନୀତିକାନ୍ତି କରାଯାଇଛି।ଆଜି ଭୋର ୩.୧୫ ସମୟରେ ପହଡ ଖୋଲାଯାଇ ମଙ୍ଗଳ ଆଳତୀ ମାଘସ୍ନାନ ପରେ ୧୦୮ ମହାନଦୀର ପବିତ୍ର ଜଳରେ ମହାପ୍ରଭୁଙ୍କ ସ୍ନାନ ପରେ ଠାକୁରଙ୍କୁ ସୁସଜ୍ଜିତ ପୁଷ୍ପରେ ବଡସିଂହାର ବେଶରେ ସଜ୍ଜିତ କରାଯାଇ ଖେଚୁଡି ଭୋଗ ଲାଗି କରାଯାଇ ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ପହଡ ଖୋଲା ଯାଇଥିଲା ହେଲେ କୋଭିଡ କଟକଣା ପାଇଁ ଶ୍ରଦ୍ଧାଳୁ ମନ୍ଦିରକୁ ଆସୁ ନଥିବାରୁ ଭକ୍ତବୀହୀନ ହୋଇପଡିଛି ଧବଳେଶ୍ବର ପୀଠ ଅନ୍ୟପଟେ ମଧ୍ୟାହ୍ନ ଧୂପ ୧୧ ସମୟରେ କରାଯିବା ପରେ ମହାପ୍ରଭୁଙ୍କ ପହଡ ବନ୍ଦ କରାଯିବ ବୋଲି ପୂଜକ ସମିତିର ସଭାପତି ବିଷ୍ଣୁ ଚରଣ ପତ୍ରୀ ପ୍ରକାଶ କରିଛନ୍ତି।କାର୍ତ୍ତିକ ମାସର ପ୍ରତ୍ଯକ ସୋମବାର ରେ ମହାପ୍ରଭୁ ବଡସିଂହାର ବେଶରେ ଦର୍ଶନ ଦେଇଥାନ୍ତି ଏହି ଦୁର୍ଲଭ ବେଶ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ରହିଛି ଶ୍ରଦ୍ଧାଳୁଙ୍କ ମଧ୍ଯରେ ବିଶ୍ବାସ।ମହାପ୍ରଭୁ କଳା ବଳଦକୁ ଧଳା କରିଥିବାରୁ ବାବା ଧବଳେଶ୍ବର ନାମରେ ବିଖ୍ଯାତ ଠାକୁରଙ୍କ ମାହାତ୍ମ୍ଯ ଓ ଭକ୍ତଙ୍କ ବିଶ୍ବାସ ଏଠାକୁ ଟାଣିଆଣେ ରାଜ୍ଯର କୋଣ ଅନୁକୋଣରୁ ଟାଣି ଆଣେ ଭକ୍ତଙ୍କୁ ହେଲେ କରୋନା କଟକଣା ଭକ୍ତ ଆଉ ଭଗବାନଙ୍କ ମଧ୍ଯରେ ଟାଣି ଦେଇଛି ଲକ୍ଷଣରେଖା ବିନା ଭକ୍ତରେ ପାଳିତ ହେଉଛି ଧବଳେଶ୍ବର ପୀଠରେ ପ୍ରଥମ କାର୍ତ୍ତିକ ସୋମବାର।ଅନ୍ୟପଟେ ପୂଜକ ସମିତି ସରକାରଙ୍କ ନିର୍ଦ୍ଦେଶ କୁ ମାନି ଦୀର୍ଘ ସାତମାସ ହେବ ମନ୍ଦିର ବନ୍ଦ ରଖିଛନ୍ତି ।ମନ୍ଦିର ଉପରେ ନିର୍ଭର କରି ଚଳୁଥିବା ସେବାୟତମାନେ ଏବେ ଦୁର୍ଦିନରେ ଜୀବନ ବିତାଉଥିବା ବେଳେ ସେବାୟତମାନେ ମନ୍ଦିର ତୁରନ୍ତ ଖୋଲିବା ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ