Masthead

ବିଜେପିରେ ସାମିଲ ହେଲେ କଂଗ୍ରେସ ବିଧାୟକ ଦଳର ନେତା ଲୋମ୍ବୋ ତାୟେଙ୍ଗେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ହାତ ଛାଡିଲେ କଂଗ୍ରେସ ବିଧାୟକ ଦଳର ନେତା ଲୋମ୍ବୋ ତାୟେଙ୍ଗେ । ଉତ୍ତର ପୂର୍ବର ଅରୁଣାଚଳ ପ୍ରଦେଶରେ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। କାରଣ କଂଗ୍ରେସ ବିଧାୟକ ଦଳର ନେତା ଲୋମ୍ବୋ ତାୟେଙ୍ଗେ ବିଜେପିରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ଗତ ସପ୍ତାହରେ କଂଗ୍ରେସର ୨ ଜଣ ବିଧାୟକ ଏବଂ ଏନସିପିର ୨ ଜଣ ବିଧାୟକ ଭାରତୀୟ ଜନତା ପାର୍ଟି ସହିତ ହାତ ମିଳାଇଥିଲେ।

କଂଗ୍ରେସର ନିନୋଙ୍ଗ ଏରିଙ୍ଗ ଏବଂ ୱାଙ୍ଗଲିନ ଲୋଆଙ୍ଗଡଙ୍ଗ ବିଜେପିରେ ଯୋଗ ଦେଇଥିବାବେଳେ ଏନପିପିରୁ ମୁଚୁ ମିଥୀ ଏବଂ ଗୋକର ବସର ପଦ୍ମ ଧରିଥିଲେ। ଏହି ଚାରିଜଣ ନେତାଙ୍କୁ ଅରୁଣାଚଳ ପ୍ରଦେଶ ସଂଗଠନର ଦାୟିତ୍ୱ ତଥା ରାଜ୍ୟ ୟୁନିଟ ପାର୍ଟି ସଭାପତି ଅଶୋକ ସିଙ୍ଗଲ ଏବଂ ରାଜ୍ୟ ସିଏମ ପେମା ଖାଣ୍ଡୁଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ପ୍ରଦାନ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ