Masthead

ମହାନଦୀ ବୋଟ୍ ଦୁର୍ଘଟଣାରେ ଜଣେ ନିଖୋଜ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):   ମୁଣ୍ଡଳିଠାରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମର ବୋଟ ଓଲଟିପଡିଥିଲା । ଦୁର୍ଘଟଣା ଫଳରେ ଓଡ୍ରାଫ ଟିମର ଡଣେ କର୍ମଚାରୀ ନିଖୋଜ ଅଛନ୍ତି । ଏବେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନି । ମହାନଦୀରେ ନିଖୋଜ ଓଡ୍ରାଫ ଟିମର କର୍ମଚାରୀଙ୍କୁ ଖୋଜାଖୋଜି ଜାରି ରହିଛି । ତେବେ ସେପଟେ ଉଦ୍ଧାର ହୋଇଥିବା ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରା ମ୍ୟାନ ପ୍ରଭାତ ସିହ୍ନାଙ୍କ ସମେତ ୫ ଓଡ୍ରାଫ ଟିମର ସଦସ୍ୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଏସସିବିରେ ଭର୍ତ୍ତି କରାଯାଇଥିଲା । ପରେ ଓଟିଭିର ଦକ୍ଷ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟିଥିବା ବେଳେ କ୍ୟାମେରା ମ୍ୟାନ ପ୍ରଭାତ ସିହ୍ନା ଓ ଆଉ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ରହିଛି ।

ଖବର ଆନୁଯାୟୀ ଆଜି ସକାଳେ ମହାନଦୀର ମୁଣ୍ଡଳି ନିକଟରେ ଏକ ଦନ୍ତା ହାତୀ ଫସିଯାଇଥିଲା । ତେବେ ମହାନଦୀ ମୁଣ୍ଡଳି ନିକଟରୁ ହାତୀକୁ ଉଦ୍ଧାର କରିବା ପାଇଁ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । ହେଲେ ଅନେକ ଚେଷ୍ଟା ପରେ ବି ହାତୀଟି ଉଦ୍ଧାର ହୋଇ ପାରୁନଥିଲା । ନଦୀର ପ୍ରଖର ସୁଅ ନେଇ ହାତୀଟି କୂଳକୁ ଆସିପାରୁନଥିଲା । ଓଡ୍ରାଫ ଟିମର କର୍ମଚାରୀ ଓ ଓଟିଭି ରିପୋର୍ଟର ବୋଟ ସାହାର୍ଯ୍ୟରେ ନଦୀ ଭିତରକୁ ଯାଇଥିଲେ । ହେଲେ ମୁଣ୍ଡଳି ବ୍ୟାରେଜ ପାଖରେ ଓଡ୍ରାଫ ଟିମର ବୋଟ ଓଲଟି ପଡିଥିଲା । ବୋଟ ଓଲଟିବା ଫଳରେ ଜଣେ ଓଡ୍ରାଫ କର୍ମଚାରୀ ଭାସି ଯାଇଥିବା ବେଳେ ଅରିନ୍ଦଙ୍କ ସମେତ ୬ ଜଣ ଗରୁତ୍ୱର ହୋଇଥିଲେ । ପରେ ସେମାନଙ୍କୁ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଅରିନ୍ଦମଙ୍କ ମୃତ୍ୟୁ ନେଇ ଏସସିବିର ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା