Masthead

ପେଟରୁ ବାହାରିଲା ୫୭ କେଜିର ଟ୍ୟୁମର

ଟାଙ୍ଗୀ( ବଡ଼ ଖବର ବ୍ୟୁରୋ): ସଫଳ ହେଲା ବିରଳ ଅସ୍ତ୍ରୋପଚାର । ମହିଳାଙ୍କ ପେଟରୁ ବାହରକରାଗଲା ୫୭କେଜିର ଟ୍ୟୁମର । ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ହାଟ ବରଡ଼ିରେ ଥିବା ସାଇ ସେବା ସଦନରେ ଏଭଳି ଏକ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି । ଦୀର୍ଘ ପାଞ୍ଚଘଣ୍ଟାର ଅପରେସନ ପରେ ମହିଳାଙ୍କ ପେଟରୁ ଏକ ବିରାଟକାୟ ଟ୍ୟୁମରକୁ ବାହାର କରାଯାଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳ ଡ଼ିହିଗ୍ରାମର ଫୁଲମତୀ ଗଣ୍ଡ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଙ୍କ ପାଖକୁ ଯାଇଥିଲେ । ପରୀକ୍ଷାରୁ ଜଣାପଡିଲା ତାଙ୍କ ପେଟରେ ଟ୍ୟୁମର ବଢୁଛି । ଆର୍ଥିକ ଅନଟନ ଭିତରେ ଗତି କରୁଥିବା ଫୁଲମତୀଙ୍କ ପରିବାର ଚିକିତ୍ସା ପାଇଁ ଅସମର୍ଥ ଥିଲେ । ଏନେଇ କିଛି ସମାଜସେବୀ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ସାଇ ସେବା ସଦନର ମାଲିକ ଏହି ପୋଷ୍ଟ ଦେଖି ନିଜ ଡାକ୍ତରୀ ଟିମ ସହ ପୁଲମତୀଙ୍କ ସହ ଆଲୋଚନା କରିଥିଲେ । ଫୁଲମତୀଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ସାଇ ସେବା ସଦନ ପକ୍ଷରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଘରୁ ଆଣି ଡାକ୍ତର ଖାନରେ ଭର୍ତ୍ତି କରାଯାଇଥିଲା । ଗତକାଲି ସଫଳତାର ସହ ଫୁଲମତୀଙ୍କ ଅପରେସନ ଶେଷ ହୋଇଛି । ଏବେ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ 🔴 ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ 🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ 🔴 ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ