Masthead

ପୁଣି ଶ୍ରୀମନ୍ଦିରରୁ ଖସିଲା ପଥର

ପୁରୀ(ବଡ଼ ଖବର ବୁ୍ୟରୋ): ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର। ଦକ୍ଷିଣ-ପଶ୍ଚିମ ପଟ ବିମଳା ମନ୍ଦିର ନିକଟରେ ଥିବା ବରାହ ମନ୍ଦିରରୁ ୫ ଇଞ୍ଚ ଓସାର ଏବଂ ୧୦ ଇଞ୍ଚ ଲମ୍ବର ପଥର ଖସିଛି । ଏଏସଆଇ ପକ୍ଷରୁ ପଥରକୁ ସଂଗ୍ରହ କରାଯାଇଛି । ପଥର ଖସିଵା ଉପରେ ଖାମଖିଆଲି ଭାବେ ପ୍ରତିକ୍ରିୟା ରଖିଛନ୍ତି ଏ.ଏସ. ଆଇ ଅଧିକାରି ଓଡିଶା ମୁଖ୍ୟ ଡି.ବି ଗଡ଼ନାୟକ । ମାଙ୍କଡ଼ ଡିଆଁରେ ଦୁର୍ବଠ ପଥର ଖସିପଡିଥିବା କହିଛନ୍ତି । ଏବଂ ଶ୍ରୀ ମନ୍ଦିରର ଦକ୍ଷିଣ ପାର୍ଶ୍ଵଟି ସମୁନ୍ଦ୍ରରୁ ଆସୁଥିବା ପବନ ଯୋଗୁଁ ପ୍ରଭାବିତ ହେଉଛି । ଗତ ୮ ବର୍ଷ ତଳେ କେମିକାଲ କଞ୍ଜରଭେଶନ କାର୍ୟ୍ୟ ହୋଇଥଲା।

ତେବେ କାର୍ତ୍ତିକ ମାସ ଭିଡ ଯୋଗୁ ଏହାର ମରାମତି ହୋଇ ପାରିନଥିଲା। ତେବେ ଏହାର ଅନୁଧ୍ୟାନ କରାଯାଇ ସଂରକ୍ଷଣ କାର୍ୟ୍ୟ କରାଯିବ। ଏହା ମନ୍ଦିର ପ୍ରତି ବିପଦ ର କୌଣସି କାରଣ ନାହିଁ ବୋଲି ଏ ଏସ.ଆଇ ଅଧିକାରୀ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇଛନ୍ତି। ପଥର ଖସିବା ଘଟଣାରେ ଭକ୍ତ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଏଏସଆଇ ଓ ରାଜ୍ୟ ସରକାର କହି ଆସିଥିବାବେଳେ ସଂରକ୍ଷଣ କାର୍ୟ୍ୟରେ ଅବହେଳା ହେଉଥିବା ଅଭିଯୋଗ ହୋଇଛି । କିଛି ବର୍ଷ ହେବ ଲଗାତର ପଥର ଖସିବା ସହ ମେଘ ନାଦ ପାଚେରୀ ଓ ପାର୍ଶ୍ଵ ଦେବା ଦେବୀଙ୍କ ମୂର୍ତ୍ତିରେ ଫାଟ ସୃଷ୍ଟି ହୋଇଛି ।

ସେହିଭଳି ଶ୍ରୀମନ୍ଦିର ଉତ୍ତର ଦ୍ଵାର ଗୁମୁଟର ତଳ ପାର୍ଶ୍ଵରେ ଫାଟ ସୃଷ୍ଟି ହୋଇଥିବା ନଜରକୁ ଆସିଥିଲା। ଗୁମୁଟର ତଳେ ଥିବା ପଦ୍ମ ଭଳି ପାଖୁଡ଼ା କାରୁକାର୍ୟ୍ୟ ସମ୍ପୂର୍ଣ୍ଣ ଫାଟି ଯାଇଚି। ଏଠାରେ ଲାଗିଥିବା ପଥରରେ ଏକାଧିକ ଫାଟ ରହିଚି। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରତିବିପଦ ରହିଥିବା ଆଶଙ୍କା କରାଯାଉଛି । ଜଗନ୍ନାଥ ପ୍ରେମୀ ଓ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

ଶ୍ରୀମନ୍ଦିର ରୁ ପଥର ଖସିବା ସହ ଅନେକ ଜାଗାରେ ଦେଖା ଦେଇଛି ଫାଟ ଶ୍ରୀମନ୍ଦିର ସୁରକ୍ଷା ଦାଇତ୍ୱ ରେ ଥିବା ଏ ଏସ ଆଇ ସଠିକ ଭାବେ ସୁରକ୍ଷା ଦେଉଛି ତ ଯଦି ଦେଉଛି ତାହେଲେ କାହିଁକି ବାରମ୍ବାର ପଥର ଖସିବା ଶହ ଫାଟ ସୃଷ୍ଟି କାହିଁକି ହେଉଛି । ସେପଟେ ଏଏସଆଇ ଅଧିକାରୀଙ୍କ ମାଙ୍କଡ ଡିଆଁ ଉପାଖ୍ୟାନ ପ୍ରସଙ୍ଗକୁ ଖାମଖିଆଲି ମୋଡ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର