ପରପାରିରେ ପ୍ରସିଦ୍ଧ ଶାସ୍ତ୍ରୀୟ ସଂଗୀତକାର ଉସ୍ତାଦ୍ ଗୁଲାମ ମୁସ୍ତାଫା

ମୁମ୍ବାଇ(ବଡ଼ ଖବର): ଭାରତୀୟ ଶାସ୍ତ୍ରୀୟ ସଂଗୀତକାର ତଥା ପଦ୍ମଭୂଷଣ ଉସ୍ତାଦ୍ ଗୁଲାମ ମୁସ୍ତାଫା ଖାନଙ୍କର ୮୯ ବର୍ଷ ବୟସରେ ଆଜି ଅପରାହ୍ନରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ଏନେଇ ଖାନଙ୍କ ବୋହୂ ନମ୍ରତା ଗୁପ୍ତା ଖାନ ଗଣମାଧ୍ୟମକୁ ସୂଚନାଦେଇଛନ୍ତି । ୨୦୧୯ ରେ ଖାନଙ୍କର ମସ୍ତିଷ୍କ ଆଘାତ ଲାଗିଥିଲା ଏବଂ ତାଙ୍କ ଶରୀରର ବାମ ପାର୍ଶ୍ୱ ପକ୍ଷାଘାତ ହୋଇଯାଇଥିଲା । ଆଜି ସନ୍ଧ୍ୟାରେ ସାନ୍ତାକ୍ରୁଜ୍ କାବ୍ରସ୍ତାନରେ ଖାନଙ୍କ ଶେଷକୃତ୍ୟ ସମ୍ପନ୍ନହେବ।

ମାର୍ଚ୍ଚ ୩, ୧୯୩୧ ରେ ଉତ୍ତରପ୍ରଦେଶର ବାଡାଉନରେ ଜନ୍ମଗ୍ରହଣ କରିଥିବା ଖାନ ଚାରି ଭାଇ ଏବଂ ତିନି ଭଉଣୀଙ୍କ ପରିବାରର ବଡ ପୁଅ ଥିଲେ। ତାଙ୍କ ପିତା ଉସ୍ତାଦ୍ ୱାରିସ୍ ହୁସେନ୍ ଖାନ୍ ପ୍ରସିଦ୍ଧ ସଂଗୀତକାର ଓ ମାତା ସାବ୍ରି ବେଗମ୍ ଉସ୍ତାଦ୍ ଇନାୟତ ହୁସେନ୍ ଖାନଙ୍କ ଝିଅ ଥିଲେ, ଯାହାକୁ ରାମପୁର-ସାହସୱାନ୍ ଘାରାନା ପ୍ରତିଷ୍ଠାତା ଭାବରେ ସମ୍ମାନିତ କରାଯାଇଥିଲା।
ଖାନ ତାଙ୍କ ପିତାଙ୍କ ଠାରୁ ମୌଳିକ ଶାସ୍ତ୍ରୀୟ ସଙ୍ଗୀତ ତାଲିମ ପାଇଥିଲେ ଏବଂ ପରେ ତାଙ୍କ ସମ୍ପର୍କୀୟ ଉସ୍ତାଦ୍ ନିସର ହୁସେନ୍ ଖାନଙ୍କ ଅଧୀନରେ ସଙ୍ଗୀତ ଅଧ୍ୟୟନ କରିଥିଲେ। ୧୯୯୧ ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା, ତାପରେ ୨୦୦୬ ରେ ପଦ୍ମଭୂଷଣ ଏବଂ ୨୦୧୮ ରେ ପଦ୍ମବିଭୂଷଣ ପୁରସ୍କାର ପାଇଥିଲେ। ୨୦୦୩ ରେ ତାଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା, ଯାହାକି ଅଭ୍ୟାସ କରୁଥିବା କଳାକାରମାନଙ୍କୁ ଦିଆଯାଇଥିବା ସର୍ବୋଚ୍ଚ ଭାରତୀୟ ମାନ୍ୟତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ