Masthead

ବଲାଙ୍ଗିର ଜିଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ):  ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁଇ ଫାଳ । ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାରଙ୍କ କାର୍ଯ୍ୟକଳାପକୁ ନେଇ ବଢୁଛି ଅସନ୍ତୋଷ । ବ୍ଲକ ଅଧ୍ୟକ୍ଷ ପଦବୀରେ ବସିଥିବା ଅନ୍ୟ ଦଳର ନେତାଙ୍କୁ ଗୁରୁତ୍ଵ ଦେଉଥିବା ବେଳେ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଛନ୍ତି ନିହାର । ଯାହାକୁ ନେଇ ନିହାର ବେହେରାଙ୍କ ନେତୃତ୍ବକୁ ତୀବ୍ର ବିରୋଧ କରିଛି ସ୍ୱାଭିମାନ ମଂଚ ତଥା କଳିକେଶଙ୍କ ସମର୍ଥକ । ଦଳ ବିରୋଧୀ କାର୍ଯ୍ୟ ବିରୋଧରେ ବର୍ଷିଛନ୍ତି କଳିକେଶ ସମର୍ଥକ । ଆଗାମୀ ଦିନରେ ନିହାରଙ୍କୁ ଟିକେଟ ଦିଆଗଲେ ଜୋରଦାର ବିରୋଧ କରାଯିବାକୁ ଚେତାବନୀ ଦେଇଛନ୍ତି କଳିକେଶଙ୍କ ସମର୍ଥକ ।

ଗତ ୨୦୧୯ ନିର୍ବାଚନରେ ନିହାର ବେହେରା ଟିକେଟ ନ ପାଇବାରୁ ଦଳୀୟ ବିଧାୟକ ଓ ସାଂସଦଙ୍କ ବିରୋଧରେ କାର୍ଯ୍ୟ କରିଥିଲେ । ଏପରିକି ଗତ ପଞ୍ଚାୟତ ନିର୍ବାଚନରେ ଦଳୀୟ ନେତାଙ୍କୁ ଅଣଦେଖା କରି ୩ଟି ଯାକ ବ୍ଲକରେ ଅନ୍ୟ ଦଳର ନେତାଙ୍କୁ ଆଣି ବ୍ଲକ ଅଧ୍ୟକ୍ଷ ପଦବୀରେ ବସାଯାଇଛି । ଏଥିପାଇଁ ସମ୍ପୂର୍ଣ୍ଣ ନିହାର ବେହେରା ଦାୟୀ ବୋଲି କହିଛନ୍ତି କଳିକେଶଙ୍କ ସମର୍ଥକ । ଅନ୍ୟପଟେ ନିଜ ନେତା କର୍ମୀଙ୍କୁ ନେଇ ସଂଗଠନ କରିବା ସହ ଲୋଇସିଂହା ବିଧାନସଭାରେ ମୁଣ୍ଡ ପୁରାଇ ଥିବାରୁ ପରାଜିତ ହୋଇଥିଲେ କଳିକେଶ । ଦେଖାଯାଉ ଆଗାମୀ ନିର୍ବାଚନରେ ନିହାରଙ୍କ ଟିକେଟ କାଟିବାରେ କେତେ ସଫଳ ହେଉଛନ୍ତି କଳିକେଶଙ୍କ ସମର୍ଥକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା