Masthead

ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ରୋକ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ହାଇୱା ଧକ୍କା ରେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ସଦର ଥାନା ଅଧିନସ୍ଥ ହାଟପୋଲ ନିକଟରେ । ମୃତକ ହେଲେ ବାବୁଲା ଗାୟନ । ଉତ୍ତ୍ୟକ୍ତ ହୋଇ ନିଆଁ ଜାଳି ରାସ୍ତା ରୋକ କଲେ ସ୍ଥାନୀୟ ଲୋକେ । ସୂଚନା ମୁତାବକ ହାଟବଜାର ବଙ୍ଗାଳି ସାହିର ବାବୁଲା ଗାୟନ ନାମକ ଜଣେ ୨୨ବର୍ଷୀୟ ଯୁବକ ଉପରେ ହାଇୱା ସମ୍ପୂର୍ଣ ରୂପେ ଚଢି ଯିବାରୁ ଘଟଣାସ୍ଥଳରେ ଉକ୍ତ ଯୁବକର ମୃତ୍ୟୁ ଘଟିଛି । ମୃତ୍ୟୁ ପରେ ଉତ୍ୟକ୍ତ ଲୋକ ମାନେ ନିଆଁ ଜାଳି ରାସ୍ତାରୋକ କରିଛନ୍ତି । ଜଗତସିଂହପୁର ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବାର ଦେଖା ଯାଇଛି । କିନ୍ତୁ ଅନ୍ୟପଟେ ଦୁର୍ଘଟଣା ଘଟାଇ ଥିବା ଉକ୍ତ ହାଇୱା ଗାଡିଟି ସେଠାରୁ ଦ୍ରୁତ ଗତିରେ ପଳାଇଥିବା ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ