Before Header

୩୬ ଘଣ୍ଟା ପରେ ଲିଭିଲା ନିଆଁ

0 10

ପୁରୀ (ବଡ଼ ଖବର ବ୍ୟୁରୋ): ୩୬ ଘଣ୍ଟା ପରେ ନିଆଁ ଲିଭିଲା । ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଲିଭିଲା । ସୂଚନା ଦେଲେ ଫାୟାର ଅଫିସର ରମେଶ ଚନ୍ଦ୍ର ମାଝୀ । ୩୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମରେ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ । ୩୬ ଘଣ୍ଟା ବିତିଥିଲେ ବି ଅଗ୍ନିକାଣ୍ଡ ସ୍ଥଳରୁ ଧୂଆଁ ବାହାରୁଥିଲା । ଯାହାକୁ ନେଇ ନାକେଦମ ହୋଇଥିଲା ଅଗ୍ନିଶମ କର୍ମଚାରୀ । ନିଆଁରେ ମାର୍କେଟ କମ୍ପ୍ଲେକ୍ସରେ ଥିବା ୪୩ ଦୋକାନ ପୋଡ଼ି ଛାରଖାର ହୋଇଥିବା ସୂଚନା ।

Leave A Reply

Your email address will not be published.