ନଦୀରୁ ମିଳିଲା ୨ଭଉଣୀଙ୍କ ମୃତଦେହ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ):  ବୈତରଣୀ ନଦୀରୁ ଉଦ୍ଧାର ହେଲା ଦୁଇ ଭଉଣୀଙ୍କ ମୃତଦେହ । ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଅଧିନସ୍ଥ ମୁଆଁ ଗାଆଁର ୨ ଝିଅଙ୍କର ମୃତଦେହ ଉଦ୍ଧାର ହୋଇଛି। ଗତକାଲିରୁ ନିଖୋଜ ଥିଲେ। ମାମୁଁ ଝିଅ ଓ ସମ୍ପର୍କୀୟ ଭଉଣୀ ଗତକାଲି ମଧ୍ୟାହ୍ନ ସମୟରୁ ନିଖୋଜ ଥିଲେ। ମୁହାଁ ଗାଁ ପିତାମ୍ବର ଦାସଙ୍କ ଝିଅ ଭୂମିକା ଦାସ ଏବଂ ଵାପିନା ଦାସଙ୍କ ଝିଅ ବର୍ଷାରାଣୀ ଦାସ ବୋଲି ଜଣାପଡ଼ିଛି ।

 

ଏଥର ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିଲେ ଭୂମିକା ଦାସ ଏବଂ ଅନ୍ୟ ସମ୍ପର୍କୀୟ ଭଉଣୀ ବର୍ଷା ରାଣୀ ଦାସ +୨ ରେ ପରୀକ୍ଷା ଦେଇଥିଲେ। ଜଣକୁ ପୋଲିସ କଇଁଆ ଗୁଲା ଘାଟ ପାଖରୁ ଉଦ୍ଧାର କରିଥିଲେ। ଅନ୍ୟ ଜଣଙ୍କୁ ଆରଡ଼ି ମୁଆଁ ଘାଟରୁ ଉଦ୍ଧାର କରିଥିଲେ। ଉଭୟ ମୃତ ଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ। କେଉଁ କାରଣରୁ ଏବଂ ବୈତରଣୀ ନଦୀକୁ କିପରି ଯାଇ ନିଖୋଜ ହୋଇ ଥିଲେ କାରଣ ଏ ଯାଏଁ ଅସ୍ପଷ୍ଟ ଅଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ