Before Header

ମେଣ୍ଟକୁ ନେଇ ଜୟନାରାୟଣଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

0 1,134

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମେଣ୍ଟ ସମ୍ପର୍କରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବଡ଼ ବୟାନ । ମେଣ୍ଟ ସପକ୍ଷରେ ଆଜି ପର୍ଯ୍ୟନ୍ତ କେହି କହିନାହାନ୍ତି । ଓଡ଼ିଶାରେ ବିଜେପି ଏକା ଲଢିବ, ସରକାର ଗଢିବ । ବିଜେଡିକୁ କେହି ପସନ୍ଦ କରୁନାହାନ୍ତି । ଦଳ ସୁଦୃଢ ଅଛି, ଏକା ଲଢିବୁ ।

 

ଆଜି ଯାଏ ବିଜେପିର ରାଜ୍ୟ ସଭାପତି, ରାଜ୍ୟ ପଦାଧିକାରୀ କିମ୍ବା କେନ୍ଦ୍ର ପଦାଧିକାରୀ ମେଣ୍ଟ ସପକ୍ଷରେ କହି ନାହାଁନ୍ତି । ଦଳ ସୁଦୃଢ ଅଛି, ତେଣୁ କୌଣସି ବି ରାଜନୈତିକ ଦଳକୁ ଜବାବ ଦେବାକୁ ବଦ୍ଧପରିକର । ବହୁତ ଦିନ ପରେ ଦଳୀୟ ଅଫିସକୁ ଯାଇ କର୍ମୀଙ୍କୁ ଭେଟିଥିଲେ । ଅସୁସ୍ଥତା ସଂପର୍କରେ ସେ କହିଛନ୍ତି, ସେ ସମ୍ବଲପୁରରେ ନ ଥିବା ବେଳେ ଝିଅ ଶୁଭଶ୍ରୀ ଓ କର୍ମୀମାନେ ଲୋକଙ୍କ ଦୁଃଖସୁଖରେ ସାମିଲ ହେଉଥିଲେ । ଦଳ ଯାହାକୁ ଚାହିଁବ, ତାକୁ ଟିକଟ ମିଳିବ ।

Leave A Reply

Your email address will not be published.