Before Header

ସୁକିନ୍ଦା ପିଠଣିଆ ପୀଠରେ କଂଗ୍ରେସ କର୍ମୀ ସମ୍ମିଳନୀ

0 1,008

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ହରିପୁର ସ୍ଥିତ ପିଠଣିଆ ପୀଠରେ କଂଗ୍ରେସ କର୍ମୀ ସମ୍ମିଳନୀ । ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଶରତ ରାଉତ । ଏହି କାର୍ୟ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶରତ ରାଉତ ଯୋଗଦାନ କରି ଆଗାମୀ ନିର୍ବାଚନରେ ସେ ନିର୍ବାଚନ ଲଢ଼ିବାକୁ ଇଛୁକ ନଥିବା କହିଛନ୍ତି । ନୂଆ ଚେହେରାକୁ ସୁକିନ୍ଦାରେ ନିର୍ବାଚନ ଲଢ଼ିବାକୁ ସେ ସୁଯୋଗ ଦେବାକୁ ଚାହୁଁଛନ୍ତି ।

ଏହି କର୍ମୀ ସମ୍ମିଳନୀରେ କଂଗ୍ରେସ ଯୁବ ନେତା ସୁଜିତ ରାଉତ, ସ୍ୱର୍ଣ୍ଣଲତା ବାନରା, ଗୀତା ମହାନ୍ତଙ୍କ ସହ ସୁକିନ୍ଦା ଓ ଦାନଗଦି ଅଞ୍ଚଳର ବହୁ ବରିଷ୍ଠ କଂଗ୍ରେସ କର୍ମୀ ଓ ସ୍ଥାନୀୟ ଅଞ୍ଚଳର ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଆଗମୀ ନିର୍ବାଚନରେ କଂଗ୍ରେସ ଦଳ ଯାହାକୁ ବି ପ୍ରାର୍ଥୀ ଭାବରେ ଘୋଷଣା କରିବ ତାଙ୍କୁ ସମର୍ଥନ କରି ଦଳକୁ ବିଜୟ କରେଇବାକୁ ସପଥ କରିଥିଲେ ।

Leave A Reply

Your email address will not be published.