Masthead

୪ ଜୁନରେ ୪୦୦ ପାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନୀ ବିଗୁଲ ବାଜୁ ବାଜୁ ପ୍ରଚାର ଅଭିଯାନ ଜୋରଦାର କରିଛି ବିଜେପି। ମିଶନ ସାଉଥରେ ଆଜି ତେଲେଙ୍ଗାନ, କର୍ଣ୍ଣାଟକ ଓ ତାମିଲନାଡୁ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦଳର ସବୁଠୁ ବଡ ଷ୍ଟାର କ୍ୟାମ୍ପେନର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତିନି ରାଜ୍ୟ ଗସ୍ତକରି ସଭାରେ ଜନ ସମ୍ଭୋଧନ କରିବେ। ଦେଶରେ ଲୋକ ସଭା ନିର୍ବାଚନ ବିଗୁଲ ବାଜିବା ପରଦିନ ଅର୍ଥାତ୍‌ ରବିବାରପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲାରେ ଏନଡିଏର ଏକ ବିଶାଳ ଜନସମାବେଶରେ ଯୋଗ ଦେଇଥିଲେ।

ଏହି ରାଲିରେ ମଞ୍ଚ ଉପରେ ଏନଡିଏର ସହଯୋଗୀ ଟିଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ଦଳର ସଭାପତି ପୱନ କଲ୍ୟାଣ ମଧ୍ୟ ନଜର ଆସିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏନଡିଏ ସରକାର ତୃତୀୟ କାର୍ଯ୍ୟକାଳରେ ବଡ ନିଷ୍ପତ୍ତି ନେବେ। ଏଥର ନିର୍ବାଚନ ଫଳାଫଳ ୪ ଜୁନରେ ଆସୁଛି ଏବଂ ଏହି ୪ ଜୁନରେ ବିକଶିତ ଭାରତ ତଥା ବିକଶିତ ଆନ୍ଧ୍ରପ୍ରଦେଶ ପାଇଁ ଭୋଟ ସଂଖ୍ୟା ୪୦୦ ଅତିକ୍ରମ କରିବ।

ଏହି ନିର୍ବାଚନରେ ବିଜେପିର ସହଯୋଗୀମାନେ କ୍ରମାଗତ ଭାବେ ବୃଦ୍ଧି ପାଉଛନ୍ତି। ଏହା ଏନ୍‌ଡିଏର ଶକ୍ତି ବୃଦ୍ଧି କରୁଛି। ଏନ୍‌. ଚନ୍ଦ୍ରବାବୁ ନାଇଡୁ ଏବଂ ପୱନ କଲ୍ୟାଣ ଆପଣଙ୍କ ବିକାଶ ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି। ଆନ୍ଧ୍ରପ୍ରଦେଶରେ ଏନଡିଏ ସରକାର ଏବଂ ଡବଲ ଇଞ୍ଜିନ ସରକାରଙ୍କ ଉପସ୍ଥିତି ଯୋଗୁ ବିକାଶ ତ୍ୱରାନ୍ବିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ